Latest Odisha News

BREAKING NEWS

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; ଆଜି ଶେଷ ପର୍ଯ୍ୟାୟ ଶୁଣାଣି

ବଲାୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଆଜି ଶେଷ ପର୍ଯ୍ୟାୟ ଶୁଣାଣି । ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ଉପସ୍ଥିତ ରହିବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଏନେଇ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ କଡ଼ା ସୁରକ୍ଷା ମଧ୍ୟରେ ଆଣିଛି ପୋଲିସ ।

ତେବେ ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲା ଚାଲି ଆସୁଥିବାବେଳେ ଆଜି ଏହାର ଶେଷ ଶୁଣାଣି ରହିଥିବାରୁ ନ୍ୟାୟାଳୟ ଆଜି ରାୟ ଶୁଣାଉଛନ୍ତି କି ରାୟ ସଂରକ୍ଷିତ ରଖୁଛନ୍ତି କିମ୍ବା ଯଦି ରାୟ ଆସୁଛି ତେବେ କଣ ରହିବଦଣ୍ଡାଦେଶ ସେନେଇ ରହିଛି ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଆସିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।

Comments are closed.