ଶ୍ରୀନଗର:ଏନ୍କାଉଣ୍ଟରରେ ଲସ୍କର-ଏ-ତୈବାର ୪ଜଣ ଆତଙ୍କୀ ନିହତ। ଜମ୍ମୁ କଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ବେଳେ ସକାଳେ ଜଣେ ପାକିସ୍ତାନ ଆତଙ୍କୀ ନିହତ ହୋଇଥିବା ବେଳେ ପରେ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଶୋପିଆନର ଜିନପଥର କେଲର ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ପରେ ୪ ଜଣ ଲସ୍କର-ଏ-ତୈବା ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟ ଦୁଇ ଜଣ ଲସ୍କର ଆତଙ୍କବାଦୀ ଫସି ରହିଥିବା ଅନୁମାନ କରାଯାଉଛି। ଫସି ରହିଥିବା ଆତଙ୍କବାଦୀ ଏବଂ ସୁରକ୍ଷା ସଂସ୍ଥା ମଧ୍ୟରେ ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଛି ।
ସୁରକ୍ଷା ଏଜେନ୍ସି ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ – ଆଦିଲ ହୁସେନ ଠୋକର, ଅଲି ଭାଇ ଏବଂ ହାସିମ ମୁସା -ଙ୍କ ଫଟୋ ସହ ‘ଆତଙ୍କବାଦୀ ମୁକ୍ତ କାଶ୍ମୀର’ ପୋଷ୍ଟର ଲଗାଇବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଶୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଲଗାଯାଇଛି। କୌଣସି ବିଶ୍ୱସନୀୟ ସୂଚନା ଦେବା ବ୍ୟକ୍ତିଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଏଥିସହିତ ସୂଚନା ପ୍ରଦାନକାରୀଙ୍କ ତଥ୍ୟ ଏଜେନ୍ସି ସଂପୂର୍ଣ୍ଣ ଗୋପନ ରଖିବ ବୋଲି କୁହାଯାଇଛି ।
ସେପଟେ ପହଲଗାମ ଆକ୍ରମଣର ମାତ୍ର କିଛି ଦିନ ପରେ, ଜମ୍ମୁ ଏବଂ କାଶ୍ମୀର କର୍ତ୍ତୃପକ୍ଷ ଏପ୍ରିଲ ୨୫ରେ ଆଇଇଡି ବ୍ୟବହାର କରି ବିଜବେହାରାରେ ଥୋକରଙ୍କ ବାସଭବନକୁ ଉଡ଼ାଇ ଦେଇଥିଲେ। ସୁଦୃଶ୍ୟ ବୈସାରନ ଉପତ୍ୟକାରେ ଆକ୍ରମଣ କରିବା ପାଇଁ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବାରେ ଥୋକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅନୁମାନ କରାଯାଉଛି।
Comments are closed.