Latest Odisha News

BREAKING NEWS

ଦାଦା ସାହେବ ଫାଲକେଙ୍କ ଉପରେ ଫିଲ୍ମ କରିବେ ଅମୀର-ହିରାନୀ ଯୋଡି

ମୁମ୍ବାଇ: ଭାରତୀୟ ସିନେମାର ପିତା କୁହାଯାଉଥିବା ଦାଦା ସାହେବ ଫାଲକେଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମିତ ହେବାକୁ ଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ରାଜକୁମାର ହୀରାନୀ ଏହାକୁ ନିର୍ମାଣ କରିବେ ଏବଂ ଅମୀର ଖାଁ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଅକ୍ଟୋବର ୨୦୨୫ରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ । ଲସ ଆଞ୍ଜେଲ୍ସର ଭିଏଫଏକ୍ସ ଷ୍ଟୁଡିଓ ଏଆଇ ସହାୟତାରେ ସେ ସମୟର ପରିବେଶ ସୃଷ୍ଟି କରାଯାଇଛି । ରାଜକୁମାର, ଅଭିଜିତ ଯୋଶୀ, ହିନ୍ଦୁକୁଶ ଭରଦ୍ୱାଜ ଓ ଆବିଷ୍କାର ଭରଦ୍ୱାଜ ୪ ବର୍ଷ ହେବ ଏହାର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି । ଦାଦାସାହେବ ଫାଲକେଙ୍କ ନାତି ଏହି ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ରାଜକୁମାର ଓ ଅମୀର ଯୋଡି ପୂର୍ବରୁ ଥ୍ରୀ ଇଡିଏଟ୍ସ ଓ ପିକେ ପରି ସୁପରହିଟ ଫିଲ୍ମ ଦେଇ ସାରିଛନ୍ତି । ରାଜକୁମାରଙ୍କ ଏହି ପ୍ରୋଜେକ୍ଟ ଆଗାମୀ ଦିନରେ ନୂତନ କୀର୍ତିମାନ ସ୍ଥାପନ କରିବ ବୋଲି ଆଶା କରାଯାଉଛି । ବିଭିନ୍ନ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ୱେ ଦାଦାସାହେବ କିପର ଭାରତୀୟ ଫିଲ୍ମକୁ ନୂଆ ଜୀବନ ପ୍ରଦାନ କରିଥିଲେ ତାହା ଏଥିରେ ଦର୍ଶାଯିବ ।

Comments are closed.