ଭୁବନେଶ୍ବର: ପଣସ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ଜାଣିଛନ୍ତି କି?ଏହି ପଣସ ଗ୍ରୀଷ୍ମ ଋତୁରେ ଅଧିକ ମିଳିଥାଏ । ଅନେକ ଲୋକ କଞ୍ଚା ପଣସକୁ ତରକାରୀ କରି ଖାଇବାକୁ ଭଲପାଆନ୍ତି ତ ଆଉ କେହି କେହି ପାଚିଲା ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ଯେତିକି ସୁସ୍ୱାଦୁ ଲାଗିଥାଏ ଦେହ ପାଇଁ ମଧ୍ୟ ଲାଭ ମିଳିଥାଏ । ପ୍ରୋଟିନ୍, ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ୍, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଏଥିରେ ରହିଛି, ଯାହା ଶରୀରକୁ ଭିତରୁ ଥଣ୍ଡା ରଖିବା ଏବଂ ଗ୍ରୀଷ୍ମ ଋତୁରେ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ। ପଣସ ଚର୍ମ ଏବଂ ହୃଦୟ ପାଇଁ ବହୁତ ଭଲ ।
ତେବେ ପଣସ ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା…
-ଏହା ଜଳୀୟ ଅଂଶର ଏକ ପ୍ରଚୁର ଉତ୍ସ । କାରଣ ପାଚିଲା ପଣସ ପ୍ରାୟ ୭୦-୮୦% ପାଣି ଥାଏ । ଏହା ଝାଳ ଏବଂ ଗରମ ଯୋଗୁଁ ହରାଇଥିବା ତରଳ ପଦାର୍ଥକୁ ପୂରଣ କରିବାରେ ସାହାଯ୍ୟ କରେ। ପଣସ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ପ୍ରାକୃତିକ ଥଣ୍ଡା ପ୍ରକ୍ରିୟାରେ ସାହାଯ୍ୟ କରେ । ଆପଣଙ୍କୁ ସତେଜ ଏବଂ ଶକ୍ତିଶାଳୀ ରଖିଥାଏ। ଏଥିରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋଲାଇଟ୍ସ ମଧ୍ୟ ରହିଛି, ଡିହାଇଡ୍ରେସନ୍ ରୋକିବା ଏବଂ ଥକ୍କାପଣ କମାଇବାରେ ସାହାଯ୍ୟ କରେ।
-ପଣସରେ ଥିବା ଭିଟାମିନ -ସି , ଜୀବାଣୁମାନଙ୍କ ସହିତ ଲଢେଇ କରି ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରି ବାରେ ସାହାଯ୍ୟ କରିଥାଏ ।
-ପଣସରେ ଫାଇବରର ରହିଛି ଫଳରେ ଖାଦ୍ୟ ହଜମ ଠିକ ଭାବେ ହୋଇଥାଏ । ଅନ୍ତନଳୀ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାଏ । ଏଥିସହ କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ ।
-ଏଥିରେ ଥିବା ପୋଟାସିୟମ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଫଳରେ ହୃଦରୋଗର ଆଶଙ୍କା କମ ହୋଇଥାଏ।
-ଆପଣଙ୍କ ଭୋକକୁ ନିୟନ୍ତ୍ରଣ ମଧ୍ୟ କରିଥାଏ ପଣସ ।
-ଏହାର ସେବନ ଚର୍ମରେ ଚମକ ଆଣିଥାଏ । ଏଥିରେ ଭିଟାମିନ୍ ଏ ଏବଂ ଫ୍ଲାଭୋନଏଡ୍ସ ମଧ୍ୟ ଥାଏ, ଯାହା ଚର୍ମ ମରାମତି ଏବଂ ବ୍ରଣ ହ୍ରାସ କରିବାରେ ସାହାଯ୍ୟ କରେ।
-ପଣସରେ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ରହିଛି । ଏହା ଆପଣଙ୍କ ହାଡ଼କୁ ମଜବୁତ କରେ ଏବଂ ହାଡ଼ ଜନିତ ସମସ୍ୟାକୁ ଦୂର କରେ ।
-ପଣସରେ ପ୍ରାକୃତିକ ସୁଗାରର ମାତ୍ରା ଅଧିକ ରହିଥାଏ । ଫଳରେ ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ ।
Comments are closed.