Latest Odisha News

BREAKING NEWS

ନାବାଳକଙ୍କୁ ଦୁଷ୍କର୍ମ ମାମଲା; ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡାଦେଶ

ଝାରସୁଗୁଡା: ଝାରସୁଗୁଡାରେ ଦୁଇ ଜଣ ନାବାଳକଙ୍କୁ ଦୁଷ୍କର୍ମ ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, pocso ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଖାସ୍ କଥା ହେଉଛି ମାତ୍ର ୫୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା। ସେହି ଅନୁଯାୟୀ ଏହି ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି।

ମାମଲାର ବିବରଣୀ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ବ୍ରଜରାଜନଗର ଥାନାରେ ଏହି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ଅଭିଯୁକ୍ତ ଅଜିତ ନାଗ ଜଣେ ୧୧ ବର୍ଷ ବୟସର ନାବାଳକଙ୍କୁ ଏକ ନିକାଞ୍ଚନ ଜାଗାକୁ ନେଇ ଯୌନ ନିର୍ଯାତନା ଦେଇଥିଲା। ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ପୀଡିତ ନାବାଳକଙ୍କୁ ମାଡ ମାରିବା ସହ ଘଟଣା ସମ୍ପର୍କରେ କାହାରିକୁ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। କିନ୍ତୁ ନାବାଳକ ଜଣକ ଘରକୁ ଫେରି ଘଟଣା ସଂକ୍ରାନ୍ତରେ ନିଜ ମାଆକୁ କହିବା ପରେ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୁକ୍ତ ଅଜିତ ନାଗ ପୂର୍ବରୁ ମଧ୍ୟ ତାଙ୍କର ଅନ୍ୟ ଜଣେ ନାବାଳକ ପୁତୁରାଙ୍କ ସମେତ ଗାଁର ଅନ୍ୟ କିଛି ନାବାଳକଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ଅଜିତ ପୂର୍ବରୁ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲା।

Comments are closed.