ନୂଆଦିଲ୍ଲୀ: ଇସ୍ରୋ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ PSLV-C61 ମାଧ୍ୟମରେ ଏହାର ୧୦୧ତମ ସାଟେଲାଇଟ୍ EOS-09 ଉତ୍ କ୍ଷେପଣ କରିଥିଲା। କିନ୍ତୁ ଦୁଃଖର ବିଷୟ ସୂର୍ଯ୍ୟ-ସମକାଳୀନ ଧ୍ରୁବୀୟ କକ୍ଷପଥରେ EOS-09 ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ନିୟୋଜନ କରିବା ପାଇଁ ଲକ୍ଷ୍ୟ ରଖିଥିବା ପୋଲାର ସାଟେଲାଇଟ୍ ପ୍ରକ୍ଷେପଣ ଯାନ (PSLV-C61) ମିଶନ ରବିବାର ବିଫଳ ହୋଇଛି । ଯାହା ଏବେ ଇସ୍ରୋ ପାଇଁ ଏକ ବଡ ବିପର୍ଯ୍ୟୟ । ତେବେ ଶ୍ରୀହରିକୋଟାରୁ ସୁଗମ ଉତକ୍ଷେପଣ ପରେ ଇସ୍ରୋର ପୃଥିବୀ ପର୍ଯ୍ୟବେକ୍ଷଣ ମିଶନ କାହିଁକି ବିଫଳ ହେଲା?
ଯଦିଓ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ସମୟ ସକାଳ ୫.୫୯ ରେ ରକେଟ୍ ସଫଳତାର ସହିତ ଉତକ୍ଷେପଣ କରାଯାଇଥିଲା । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ଚାପ ହ୍ରାସ ପାଇବା ଯୋଗୁଁ ଚାରୋଟି ପର୍ଯ୍ୟାୟ ମଧ୍ୟରୁ ତୃତୀୟ ପର୍ଯ୍ୟାୟରେ ହିଁ ଉତକ୍ଷେପଣ ବିଫଳ ହୋଇଥିବାରୁ ମିଶନ ସଫଳ ହୋଇପାରିଲା ନାହିଁ। ଯାହା ପରେ ଇସ୍ରୋ ଏହି ମିଶନର ସମାପ୍ତି ଘୋଷଣା କରିଛି।
କ’ଣ ଥିଲା ଯୋଜନା?
PSLV-C61, PSLV ସିରିଜର ୬୩ ତମ ଏବଂ ଏହାର XL ବିନ୍ୟାସରେ ୨୭ ତମ ଉଡାଣ ଥିଲା । ଏହାକୁ ଏକ ସୂର୍ଯ୍ୟ-ସମକାଳୀନ ପୋଲାର କକ୍ଷପଥରେ EOS-09 ଉପଗ୍ରହ ଉତ୍ କ୍ଷେପଣ କରିବାର ଦାୟିତ୍ୱ ଦିଆଯାଇଥିଲା। ଏହି ଉପଗ୍ରହ EOS-09କୁ ଏକ ନିରୀକ୍ଷଣ ଉପଗ୍ରହ ଭାବରେ ବିବେଚନା କରାଯାଏ। ଏହା ପୃଥିବୀକୁ ଭଲ ଭାବରେ ଦେଖିପାରିବ ଏବଂ ବୁଝିପାରିବ ଏବଂ ଏହାର ବିଶ୍ଳେଷଣ କରିପାରିବ। ଯାହା ଶତ୍ରୁ ଉପରେ ନଜର ରଖିବାର ଏକ ବଡ ହତିଆାର ସାଜିଥାନ୍ତା ।
PSLV-C61, ୪୪.୫ ମିଟର ଉଚ୍ଚ ଏବଂ ୩୨୧ ଟନ୍ ଓଜନର, ଉତକ୍ଷେପଣ ସମୟରେ, ସକାଳ ୫.୫୯ ରେ ୧,୬୯୬.୨୪ କିଲୋଗ୍ରାମ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍-09 (EOS-09) ବହନ କରି ଆକାଶକୁ ଉତକ୍ଷେପଣ କରାଯାଇଥିଲା । ଦିନ ହେଉ କି ରାତି, EOS-09 ସମସ୍ତ ପାଗ ପରିସ୍ଥିତିରେ ପୃଥିବୀ ପୃଷ୍ଠର ଉଚ୍ଚ-ରିଜୋଲ୍ୟୁସନ ଚିତ୍ର ଉତ୍ତୋଳନ କରିପାରିବ। ଏହି କ୍ଷମତା ଅନେକ କ୍ଷେତ୍ରରେ ଭାରତର ପର୍ଯ୍ୟବେକ୍ଷଣ ଏବଂ ପରିଚାଳନା ପ୍ରଣାଳୀକୁ ବୃଦ୍ଧି କରିବ। ଅର୍ଥାତ୍, ଉଦ୍ଦେଶ୍ୟ ଥିଲା ଯେ ଦେଶର କୌଣସି ଅଞ୍ଚଳରେ ଯଦି କୌଣସି ଅସ୍ୱାଭାବିକ କାର୍ଯ୍ୟକଳାପ ଘଟେ, ତେବେ ତାହା ଉପରେ ନଜର ରଖାଯାଇପାରିବ। ପହଲଗାମ ଭଳି ଆତଙ୍କବାଦୀ ଆକ୍ରମଣ ପରେ, ଏହି ମିଶନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା।
ବିଫଳତାର କାରଣ କ’ଣ ଥିଲା?
ଇସ୍ରୋ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ଏକ ବିସ୍ତୃତ ବୈଷୟିକ ରିପୋର୍ଟ ପ୍ରକାଶ କରିନାହିଁ। କିନ୍ତୁ ମହାକାଶ ଏଜେନ୍ସି ମୁଖ୍ୟ ଭି ନାରାୟଣନ ଲାଇଭଷ୍ଟ୍ରିମରେ ଏହି ସମସ୍ୟାକୁ ନିଶ୍ଚିତ କରିଛନ୍ତି। ଏହି ବିଫଳ ପ୍ରକ୍ଷେପଣ ପରେ ନାରାୟଣନ କହିଛନ୍ତି, ତୃତୀୟ ପର୍ଯ୍ୟାୟ ମୋଟରଟି ଠିକ୍ ଭାବରେ ଆରମ୍ଭ ହେଲା। କିନ୍ତୁ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ସମୟରେ, ଆମେ ଏକ ପ୍ରତିବନ୍ଧକର ସମ୍ମୁଖୀନ ହେଲୁ। ମୋଟର କେସ୍ ଚାମ୍ବରରେ ଚାପ ହ୍ରାସ ପାଇଲା ଏବଂ ମିଶନ୍ ସମାପ୍ତ ହୋଇପାରିଲା ନାହିଁ। ଫଳରେ ଏହି ମିଶନ ବିଫଳ ହୋଇଥିଲା। ଏନେଇ ଅଧିକ ଅଧ୍ୟୟନ ଚାଲିଛଇ, ଏନେଇ ଖୁବଶୀଘ୍ର ଫେରିବୋ ବୋଲି କହିଛନ୍ତି । କିନ୍ତୁ ଏହି ବିଫଳତା ସତ୍ତ୍ୱେ, ଇସ୍ରୋର PSLV କୁ ବିଶ୍ୱର ସବୁଠାରୁ ନିର୍ଭରଯୋଗ୍ୟ ପ୍ରକ୍ଷେପଣ ଯାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହାର ସଫଳ ମିଶନର ଏକ ଲମ୍ବା ଇତିହାସ ରହିଛି।
ତେବେ ଏହାକୁ ନେଇ ବିଶେଷଜ୍ଞଙ୍କ କହିବାନୁଯାୟୀ, ଫ୍ଲେକ୍ସ ନୋଜଲ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଏକ ସନ୍ଦେହଜନକ ବିଫଳତା ଯୋଗୁଁ ଏଭଳି ହେଲା । ଫ୍ଲେକ୍ସ ନୋଜଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହା ରକେଟ୍ ନୋଜଲ୍ର ଦିଗକୁ ଆଡଜଷ୍ଟ କରି ଥ୍ରଷ୍ଟକୁ ନିର୍ଦ୍ଦେଶିତ କରେ ।
କାହିଁକି ଫ୍ଲେକ୍ସ ନୋଜଲ୍ ଗୁରୁତ୍ୱପୂର୍ଣ୍ଣ
ତୃତୀୟ ପର୍ଯ୍ୟାୟ PS3 ମୋଟର ଏହାର ୧୧୪-ସେକେଣ୍ଡ ଜଳିବା ସମୟରେ ଯାନକୁ ଷ୍ଟିଅର୍ କରିବା ପାଇଁ ଏକ ନମନୀୟ ବେୟାରିଂ ନୋଜଲ୍ ସିଷ୍ଟମ ବ୍ୟବହାର କରେ। ସ୍ତରିତ ଇଲାଷ୍ଟୋମେରିକ୍ ସାମଗ୍ରୀରେ ତିଆରି ଫ୍ଲେକ୍ସ ନୋଜଲ୍, ଜଟିଳ ହାଇଡ୍ରୋଲିକ୍ ଆକ୍ଟୁଏଟର ବିନା ସଠିକ୍ ଥ୍ରଷ୍ଟ ଭେକ୍ଟର ନିୟନ୍ତ୍ରଣକୁ ଅନୁମତି ଦିଏ। ଏଠାରେ ଏକ ବିଫଳତା ଥ୍ରଷ୍ଟ ଭୁଲ ଆଲାଇନମେଣ୍ଟ୍ ସୃଷ୍ଟି କରିପାରେ, ଯାହା ଦ୍ରୁତ ଟ୍ରାଜେକ୍ଟୋରୀ ବିଚ୍ୟୁତିକୁ ନେଇଥାଏ। ଆଉ ଇସ୍ରୋର PS3 ପର୍ଯ୍ୟାୟ ହାଇଡ୍ରୋକ୍ସିଲ୍-ଟର୍ମିନେଟେଡ୍ ପଲିବୁଟାଡିନ୍ (HTPB) ଇନ୍ଧନ ନିଯୁକ୍ତ କରେ, ଯାହା ସର୍ବୋତ୍ତମ ପରିସ୍ଥିତିରେ ୨୪୦ kN ଥ୍ରଷ୍ଟ ସୃଷ୍ଟି କରେ।
ତେବେ କହିରଖୁଛଉ, ସି-ବ୍ୟାଣ୍ଡ ସିନ୍ଥେଟିକ୍ ଆପର୍ଚର ରାଡାର ବ୍ୟବହାର କରି ସମସ୍ତ ପାଣିପାଗ ନିରୀକ୍ଷଣ ପାଇଁ ଡିଜାଇନ୍ କରାଯାଇଥିବା EOS-09 ଉପଗ୍ରହ ଏହାର ଉଦ୍ଦିଷ୍ଟ ୫୨୫ କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥରେ ପହଞ୍ଚିବାରେ ବିଫଳ ହୋଇଛି। ଏହା ୬୩ଟି ପ୍ରକ୍ଷେପଣରେ PSLVର ତୃତୀୟ ବିଫଳତା ଏବଂ ୨୦୧୭ ପରେ ଏହା ପ୍ରଥମ। ତେବେ PS3 ପର୍ଯ୍ୟାୟ ପାଇଁ ଉତ୍ପାଦନ ରେକର୍ଡ ଏବଂ ପରୀକ୍ଷା ପ୍ରୋଟୋକଲ ସମୀକ୍ଷା କରିବା ପାଇଁ ଇସ୍ରୋର ଏକ ବିଫଳତା ବିଶ୍ଳେଷଣ କମିଟି ଡାକିଛି। ଯଦିଓ ଏଜେନ୍ସି ମୂଳ କାରଣ ନିଶ୍ଚିତ କରିନାହିଁ, କିନ୍ତୁ ଐତିହାସିକ ତଥ୍ୟ ଦର୍ଶାଉଛି ଯେ ୨୦୧୮-୨୩ ମଧ୍ୟରେ ୭୪% ବିଶ୍ୱ ପ୍ରକ୍ଷେପଣ ବିଫଳତା ପ୍ରଚଳନ କିମ୍ବା ପର୍ଯ୍ୟାୟ-ପୃଥକୀକରଣ ସମସ୍ୟା ସହିତ ଜଡିତ ରହିଛି ।
Comments are closed.