Latest Odisha News

BREAKING NEWS

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌

ଭୁବନେଶ୍ୱର: ପୁରୀ ଏବଂ କୋରାପୁଟକୁ ସଂଯୋଗ କରୁଥିବା ଏକ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଖୁବ୍ ଶୀଘ୍ର ଚଳାଚଳ ଆରମ୍ଭ କରିବ। ଏନେଇ ବୁଧବାର ଦିନ ଓଡ଼ିଶା ସରକାର ଘୋଷଣା କରିଛନ୍ତି।

ରେଳ ମନ୍ତ୍ରଣାଳୟ ଏହି ସେବାକୁ ଅନୁମୋଦନ କରିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ଟ୍ରେନ୍ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ନୂତନ ସେବା କୋରାପୁଟ ଏବଂ ସମ୍ବଲପୁର ଅଞ୍ଚଳର ଅଧିକ ତୀର୍ଥଯାତ୍ରୀଙ୍କୁ ପବିତ୍ର ପୁରୀ ସହରକୁ ଆରାମରେ ଯାତ୍ରା କରିବାର ସୁଯୋଗ ଦେବ।

ଏହି ଟ୍ରେନ ସପ୍ତାହରେ ୩ ଦିନ ଚାଲିବା ନେଇ ସିଏମ୍‌ଓ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଟ୍ରେନ୍‌ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଛାଡ଼ିବ। ସେହିପରି କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ବାହାରିବ। ଏହାର ଯାତ୍ରାପଥରେ ମୋଟ୍‌ ୧୯ଟି ଷ୍ଟପେଜ୍ ରହିବ ବୋଲି ସୂଚନା ମିଳିଛି।

ଏହି ଷ୍ଟପେଜ୍ ଗୁଡିକ ହେଲା- ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ-ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ ରୋଡ୍, ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ଟିକିରି, ଲକ୍ଷ୍ମୀପୁର ରୋଡ୍, କିକିରିଗୁମା ଓ ଦାମନଯୋଡି।

Comments are closed.