Latest Odisha News

BREAKING NEWS

‘ବିଗ୍ ବସ୍ ୧୮’ ଫେମ୍ ଶିଳ୍ପା ଶିରୋଡକର କରୋନା ସଂକ୍ରମିତ

ମୁମ୍ୱାଇ: ‘ବିଗ୍ ବସ୍ ୧୮’ର ପୂର୍ବତନ ପ୍ରତିଯୋଗୀ ତଥା ୯୦ ଦଶକର ଅଭିନେତ୍ରୀ ଶିଳ୍ପା ଶିରୋଡକର କୋଭିଡ୍ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

୨୦୨୦ ଏବଂ ୨୦୨୧ରେ ଆତଙ୍କ ଖେଳାଇଥିବା ଏହି ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ଏପରି ପରିସ୍ଥିତିରେ ଅଭିନେତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି। ଶିଳ୍ପା ଶିରୋଡକର ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିଲେ ଯେ, ‘ନମସ୍କାର ବନ୍ଧୁଗଣ, ମୁଁ କୋଭିଡ୍ -୧୯ ପଜିଟିଭ୍ ପାଇଛି।’ ସୁରକ୍ଷିତ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ। ଶିଳ୍ପା ଶିରୋଡକର।

ତେବେ ଅଭିନେତ୍ରୀ ଜଣକ ସଂକ୍ରମିତ ହେବା ଯୋଗୁଁ ଏବେ ସମସ୍ତେ ଚିନ୍ତିତ। ତାଙ୍କ ପ୍ରିୟଜନ ଏବଂ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଶିଳ୍ପା ଶିରୋଡକର ଜଣେ ଭାରତୀୟ ଅଭିନେତ୍ରୀ ଏବଂ ପୂର୍ବତନ ମଡେଲ। ସେ ୧୯୮୯ରୁ ୨୦୦୦ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତି। ୧୩ ବର୍ଷ ପରେ ସେ ‘ଏକ ମୁଠିି ଆସମାନ’ ସହିତ ପୁଣି କମବ୍ୟାକ୍ କରିଥିଲେ। ପରେ ୨୦୨୪ ମସିହାରେ ସଲମାନ ଖାନଙ୍କ ରିଆଲିଟି ଶୋ ‘ବିଗ୍ ବସ୍ ୧୮’ରେ ନଜର ଆସିଥିଲେ।

 

Comments are closed.