Latest Odisha News

BREAKING NEWS

ବାଂଲାଦେଶ ଗସ୍ତରେ ରାହୁଲ ଯିବା ଏକପ୍ରକାର ନିଶ୍ଚିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲ ଏବେ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଚଳିତ ଆଇପିଏଲରେ ସେ ଜବରଦସ୍ତ ଫର୍ମରେ ଥିବା ସହ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ରିପୋର୍ଟ ମୁତାବକ ବାଂଲାଦେଶ ବିପକ୍ଷ ଟି୨୦ ସିରିଜରେ ରାହୁଲ ଟିମ ଇଣ୍ଡିଆ ପକ୍ଷରୁ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ । ପ୍ରାୟ ୩୦ ମାସ ତଳେ ରାହୁଲ ଶେଷ ଥର ପାଇଁ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଭାରତ ପକ୍ଷରୁ ଖେଳିଥିଲେ । ଟି୨୦ ବିଶ୍ୱକପ ସେମିଫାଇନାଲରେ ସେ ଇଂଲଣ୍ଡ ବିପକ୍ଷରେ ୫ ରନ କରିଥିଲେ । ସେ ଟୁର୍ଣ୍ଣାମେଂଟରେ ୬ ମ୍ୟାଚରେ ୧୨୮ ରନ କରିଥିଲେ । ଏହା ପରେ ସେ ଆଉ ଜାତୀୟ ଦଳରେ ସ୍ଥାନ ପାଇପାରି ନ ଥିଲେ ।

ଏଥର ସେ ଚୟନ କମିଟିଙ୍କୁ ଦୃଷ୍ଟି ପୂନର୍ବାର ଆକର୍ଷିତ କରିବାରେ ସଫଳ ହୋଇଛନ୍ତି । ଚଳିତ ଆଇପିଏଲରେ ରାହୁଲ ୧୧ ଇନିଂସରେ ୪୯୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୬୫ ବଲରୁ ୧୧୨ ରନ ମଧ୍ୟ ସାମିଲ । ଟି୨୦ରେ ରାହୁଲ ଧୀମା ଖେଳୁଥିବା ପ୍ରଚାର ହେଉଥିଲା । ଏହାକୁ ସେ ଏବେ ଭୁଲ ପ୍ରମାଣିତ କରିଛନ୍ତି । ଅପରପକ୍ଷରେ ରିଷଭ ପନ୍ତଙ୍କ ଖରାପ ଫର୍ମ ଏବଂ ସଞ୍ଜୁ ସାମସନଙ୍କ ତୁଳନାରେ ତାଙ୍କ ପ୍ରଦର୍ଶନ ଭଲ ରହିଛି ।

Comments are closed.