ଭୁବନେଶ୍ୱର: ଆଜି ଶେଷ ହେବ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ । ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ନାମ ଲେଖାପାଇଁ ଯୁକ୍ତ ତିନି ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ) ଜରିଆରେ ଆବେଦନ କରୁଛନ୍ତି । ଏପ୍ରିଲ ୧୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ତେବେ ମେ’ ୨୧ଏବଂ ୨୨ ଦୁଇଦିନ ଆବେଦନ ପତ୍ର ଏଡିଟ୍ କରିବାର ସୁଯୋଗ ପାଇବେ ଆବେଦନକାରୀ । ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ ।
ରାଜ୍ୟର ୧୦୫୩ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନରେ ମୋଟ ୨ ଲକ୍ଷ ୭୨ ହଜାର ୬୦୧ ଆସନ ରହିଛି । ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ବ ଆବେଦନ କରିଥିବା ଜଣାପଡିଛି । ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ।
Comments are closed.