Latest Odisha News

BREAKING NEWS

୧୨ କୁଖ୍ୟାତ ଅପରାଧୀ ଗିରଫ ୬ ବନ୍ଧୁକ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ସ୍ପେଶାଲ୍‌ ଡ୍ରାଇଭରେ ୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଥିବାବେଳେ, ସେମାନଙ୍କ ନିକଟରୁ ୬ଟି ବନ୍ଧୁକ ଜବତ କରିବା ସହ ୧୨ଟି ଜୀବନ୍ତ ଗୁଳି, ୫ଟି ଖଣ୍ଡା ଓ ଶାବଳ ଜବତ କରିଛି ପୋଲିସ ।

ଏହି ଗିରଫ ଅପରାଧୀ ମାନେ ୫ଟି ଥାନା ଅଞ୍ଚଳରେ ବିଭିନ୍ନ ଅପରାଧରେ ସାମିଲ ଥିବା ସୂଚନା ରହିଛି । ଏମାନଙ୍କ ନାଁରେ ବଡ଼ ବଜାର, ସଦର, ଚମାଖଣ୍ଡି ଥାନାରେ ବିଭିନ୍ନ ମାମଲା ରହିଛି । ଦିଗପହଣ୍ଡି ଓ ବୈଦ୍ୟନାଥପୁର ଥାନାରେ ବିଭିନ୍ନ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ରହିଛି ।

Comments are closed.