ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ହିଟୱେଭକୁ ନେଇ ଜାତୀୟ ସ୍ତରୀୟ ନିର୍ଦ୍ଦେଶାବଳୀ ଜାରି କରିବା ସହ ସେଗୁଡିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ମୁଖ୍ୟ ବିଚାରପତି ବି.ଆର. ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ଖ୍ରୀଷ୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ନିୟନ୍ତ୍ରଣ ବିଭାଗ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ମଧ୍ୟ କହିଛନ୍ତି।
ପରିବେଶ କର୍ମୀ ବିକ୍ରାନ୍ତ ଟୋଙ୍ଗାଡ ଏକ ଆବେଦନ ଦାଖଲ କରିଥିଲେ। ଯେଉଁଥିରେ ଦର୍ଶାଯାଇଛି ଯେ ଗତ ବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୭୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ପୂର୍ବରୁ ହିଁ ହିଟ୍ ଆଲର୍ଟ ଏବଂ ୨୪ ଘଣ୍ଟିଆ ହେଲ୍ପଲାଇନ୍ ର ସୁବିଧା ଯୋଗାଇବା ପାଇଁ ମଧ୍ୟ ଦାବି କରାଯାଇଥିଲା। ଯାହା ଉପରେ କୋର୍ଟ ଶୁଣାଣୀ କରିଛନ୍ତି।
ଏହା ଉପରେ ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ଚଳିତ ବର୍ଷ ଗରମ ଓ ହିଟ୍ ୱେଭ ପୂର୍ବ ବର୍ଷ ଅପେକ୍ଷା ଅଧିକ ରହିଛି ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିଟ୍ ୱେଭ ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ଅଛି। ଏହା ପୂର୍ବରୁ ଗ୍ରୀଷ୍ମ ପ୍ରବାହର ପ୍ରଭାବ କେବଳ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ, ପୂର୍ବ ଉପକୂଳ, ଉତ୍ତର ପୂର୍ବ ଉପଦ୍ୱୀପ ଏବଂ ଦକ୍ଷିଣ କେନ୍ଦ୍ରୀୟ ଅଞ୍ଚଳରେ ମଧ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦୃଶ୍ୟମାନ ହେଉଛି।
ଜାତୀୟ ନିର୍ଦ୍ଦେଶାବଳୀ ଏବଂ ହିଟ୍ ୱେଭ ନିବାରଣ ପରିଚାଳନା ୨୦୧୯ କାର୍ଯ୍ୟକାରୀ ହେବ ସତ୍ୱେ ମଧ୍ୟ ଅନେକ ରାଜ୍ୟ ଏହି ଯୋଜନା କୁ ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାଁନ୍ତ। ତେବେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୩୫ ଅନୁଯାୟୀ ସରକାରଙ୍କୁ ଏହିପରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଉଚିତ୍ ବୋଲି ସମ୍ବିଧାନରେ ଦର୍ଶାଯାଇଅଛି।
Comments are closed.