ଭୁବନେଶ୍ୱର: ଶୀତଦିନ ଆରମ୍ଭ ହେବା ମାତ୍ରେ ନାନାଦି ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ଆରମ୍ଭ ହୋଇଯାଇଥାଏ। ଋତୁ ପରିବର୍ତ୍ତନର ପ୍ରଭାବ ସର୍ବପ୍ରଥମେ ଛୋଟ ପିଲା ଏବଂ ବୟସ୍କମାନଙ୍କ ଉପରେ ପଡ଼ିଥାଏ।
ତେବେ ଏସବୁରୁ ବଞ୍ଚିବା ପାଇଁ ଏବଂ ଶୀତ ଋତୁରେ ଫିଟ୍ ଓ ସୁସ୍ଥ ରହିବା ପାଇଁ ଆପଣଙ୍କୁ କିଛି ଜିନିଷ ନିୟମିତ ଖାଇବାକୁ ପଡ଼ିଥାଏ।
ଅଁଳା ଭିଟାମିନ୍ ସି ରେ ଭରପୂର ଥାଏ। ଅଁଳାରେ ବିଭିନ୍ନ ପୋଷକ ତତ୍ତ୍ବ ରହିଥାଏ ଯାହା ଶୀତଦିନେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍ ସି ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରର କ୍ଷତିକାରକ ଉପାଦାନକୁ ବାହାରକୁ ବାହାର କରିଥାଏ। ଅଁଳା ଖାଇବା ଦ୍ବାରା ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ ଏବଂ ଆନିମିଆ ମଧ୍ୟ ହୋଇନଥାଏ।
ପାଳଙ୍ଗ ଶାଗର ଜୁସ୍ :
ସବୁଜ ପତ୍ରରେ ଭରା ପାଳଙ୍ଗ ଶାଗ ସବୁଠୁ ଲାଭଦାୟକ। ଏଥିରେ ପ୍ରୋଟିନ୍,ଭିଟାମିନ୍,ଆଇରନ୍ ରହିଛି। ତରକାରୀ ସହ ପାଳଙ୍ଗର ଜୁସ୍ ପିଇବା ଦ୍ବାରା ଶରୀରରେ ପାଣିର ଅଭାବ ପୂରଣ ହୋଇଥାଏ। ପାଳଙ୍ଗ ଶାଗକୁ ଆପଣ ତରକାରୀ କରି ମଧ୍ୟ ଖାଇପାରିବେ।
ଗାଜର:
ଗାଜରରେ ଭିଟାମିନ୍ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ରହିଥାଏ। ଏଥିରେ ଭିଟାମିନ୍ ଏ,ଭିଟାମିନ୍ ବି,ସି ,ଏବଂ କ୍ୟାଲସିୟମ୍ ଥାଏ ଯାହା ଶୀତଦିନରେ କୋଲେଷ୍ଟ୍ରୋଲର ସ୍ତରକୁ ବଢ଼ିବାକୁ ଦେଇନଥାଏ। ପ୍ରତିଦିନ ଗାଜର ଜୁସ୍ ପିଇବା ଦ୍ବାରା ଥଣ୍ଡାକାଶ ହୋଇନଥାଏ। ଗାଜରର ରସ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଯାହା ଆପଣଙ୍କୁ ଜୀବାଣୁ ଏବଂ ବ୍ୟାକ୍ଟେରିଆରୁ ବଞ୍ଚାଇଥାଏ।