Latest Odisha News

BREAKING NEWS

ବଜାରର ଭେଜାଲ ଲିଚୁ ଏପରି ଚିହ୍ନନ୍ତୁ …

ଭୁବନେଶ୍ବର: ଏବେ ବଜାରରେ ଲିଚୁ ବହୁତ ମିଳୁଛି । ଗ୍ରୀଷ୍ମ ଋତୁର ଫଳ ହୋଇଥିବାରୁ ଏହି ସମୟରେ ବଜାରରେ ମିଳେ ଓ ଲୋକେ ମିଠା ଲିଚୁକୁ ମନଖୁସିରେ ଖାଇଥାଆନ୍ତି । କିନ୍ତୁ ଜାଣିଛନ୍ତି କିଛି ବିକ୍ରେତା ଲିଚୁର ସୌନ୍ଦର୍ଯ୍ୟ ଏବଂ ସେଲଫ ଲାଇଫ୍ ବୃଦ୍ଧି କରିବା ପାଇଁ କୃତ୍ରିମ ଭାବରେ ରଙ୍ଗ କିମ୍ବା ରାସାୟନିକ ଦ୍ରବ୍ୟ ବ୍ୟବହାର କରନ୍ତି। ଏହି ନକଲି ଲିଚୁ ଗୁଡିକ ଆକର୍ଷଣୀୟ ଦେଖାଯାଇପାରେ,କିନ୍ତୁ ଏଥିରେ କୃତ୍ରିମ ରଙ୍ଗ, ମହମ କିମ୍ବା ପ୍ରିଜରଭେଟିଭ୍ ରହିଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ଅସଲି ଏବଂ ନକଲି ଲିଚୁ ମଧ୍ୟରେ ପାର୍ଥକ୍ୟ ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।

-ଯଦି ଆପଣ କିଣିଥିବା ଲିଚୁଗୁଡ଼ିକ ଅପ୍ରାକୃତିକ ଭାବରେ ଉଜ୍ଜ୍ୱଳ, ସମାନ ଲାଲ କିମ୍ବା ଅତ୍ୟଧିକ ଚକଚକିଆ ଦେଖାଯାଏ, ତେବେ ଜାଣି ରଖନ୍ତୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେଗୁଡ଼ିକୁ କୃତ୍ରିମ ଭାବରେ ରଙ୍ଗ କରାଯାଇଥିବାର ସମ୍ଭାବନା ଅଧିକ ରହିଛି। ଲିଚୁ କେବେବି ସମ୍ପୂର୍ଣ୍ଣ ଗାଢ଼ ଲାଲ ରଙ୍ଗର ହୋଇନଥାଏ । ଅସଲି ଲିଚୁର ରଙ୍ଗ ଇସତ ଗୋଲାପୀ ଓ ଲାଲ ରଙ୍ଗର ହୋଇଥାଏ।

– ଅସଲି ଲିଚୁର ଚୋପା ଖଦଡିଆ, ଟାଣ ପରି ଅନୁଭବ ହୁଏ । ଯଦି ଫଳଟିକୁ ସ୍ପର୍ଶ କଲେ ଚିକ୍କଣ,ନରମ ଲାଗେ ତେବେ ଏହାକୁ ଅଧିକ ସତେଜ ଦେଖାଯିବା ପାଇଁ ମହମ କିମ୍ବା ତେଲ ଦ୍ୱାରା ଆବରଣ କରାଯାଇ ଥାଇପାରେ ।

– ସଫା ପାଣିରେ କିଛି ଲିଚୁକୁ ପକାନ୍ତୁ। ପ୍ରାକୃତିକ ଭାବରେ ପାଚିଲା ଲିଚୁ ପାଣିର ରଙ୍ଗ ପରିବର୍ତ୍ତନ ନକରି ବୁଡ଼ିଯିବ କିମ୍ବା ଭାସିଯିବ। ଯଦି ପାଣି ଲାଲ କିମ୍ବା ଗୋଲାପୀ ହେବା ଆରମ୍ଭ କରେ, ତେବେ ଏଥିରେ ରଙ୍ଗ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାରର ଏକ ସଙ୍କେତ ।

– ଅସଲି ଲିଚୁର ଏକ ମିଠା ସୁଗନ୍ଧ ଥାଏ। ଯଦି ଲିଚୁ କଡା,ରାସାୟନିକ ପରି ଗନ୍ଧ ଆସୁଛି, ତେବେ ସେହି ଲିଚୁରେ ରାସାୟନିକ ବ୍ୟବହାର ହୋଇଛି ।

-ଅସଲି ଲିଚୁର ଭିତର ଅଂଶ ଧଳା ଦେଖାଯାଏ ଏହା ନରମ ଓ ରସାଳ ହୋଇଥାଏ। ଏଥିରୁ ବଡ଼ କଳା ମଞ୍ଜି ବାହାରିଥାଏ। ନକଲି ବା କେମିକାଲରେ ପଚା ଯାଇଥିବା ଲିଚୁର ଭିତର ଅଂଶ ଇସତ ହଳଦିଆ, ରବର ଭଳି ହୋଇଥାଏ। ଚୋପା ଛଡାଇବା ପରେ ଯଦି ଭିତରେ ଫଳ ଅଜବ ଲାଗେ ତେବେ ଏହା ନକଲି ହୋଇପାରେ।

-ଏକ ଓଦା ଟିସୁ କିମ୍ବା ତୁଳା ନେଇ ଲିଚୁ ଚୋପାକୁ ଧୀରେ ଧୀରେ ଘଷନ୍ତୁ। ଯଦି ଟିସୁ ଉପରେ ରଙ୍ଗ ଆସିଯାଏ, ତେବେ ଫଳଟିରେ କୃତ୍ରିମ ରଙ୍ଗ ବ୍ୟବହାର ହୋଇଛି ।

Comments are closed.