Latest Odisha News

BREAKING NEWS

କଫ୍ ସିରଫ୍ ଚୋରି କରି ନିଲମ୍ବିତ ହେଲେ ଏଏସଆଇ

ସମ୍ବଲପୁର: କଫ ସିରଫ କରି ଫଶିଲେ ଏଏସଆଇ । ମାଲଖାନାରୁ କଫ୍‌ ସିରପ୍ ଚୋରି କରି ନିଲମ୍ବିତ ହୋଇଛନ୍ତି ଟାଉନ୍‌ ଥାନାରେ କାର୍ଯ୍ୟରତ ଏଏସଆଇ ବିଦ୍ୟୁତ୍ ପଣ୍ଡା । ମାଲଖାନାରୁ ଜବତ ୨ ପେଟି କଫ୍ ସିରଫ୍‌ ସେ ଚୋରି କରିଥିଲେ ।

ଏହା ଜାଣିବା ପରେ ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଭିତ୍ତି କରି ସମ୍ବଲପୁର ଏସପି ତଦନ୍ତ କରି ଏଏସଆଇ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ ସିରଫ ଜବତ କରିଛନ୍ତି । କିଛି ଦିନ ତଳେ କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍ ପଣ୍ଡା ।

Comments are closed.