Latest Odisha News

BREAKING NEWS

ବାରବାଟୀରେ ଜୟସୂରିଆଙ୍କ ୨୨ ବର୍ଷର ରେକର୍ଡ଼ ଭାଙ୍ଗି ପାରିବେ ରୋହିତ ଶର୍ମା !

କଟକ: ବାରବାଟୀରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ୨୨ ବର୍ଷ ତଳର ସନଥ ଜୟସୁରିୟାଙ୍କ ପୁରୁଣା ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି ।

ଭାରତର ହିଟମ୍ୟାନ ରୋହିତ ଏହି ମ୍ୟାଚରେ ୯ ରନ ସଂଗ୍ରହ କଲେ ଶ୍ରୀଲଙ୍କାର ପୂର୍ବତନ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନଙ୍କ ଗୋଟିଏ କ୍ୟାଲେଣ୍ଡର ବର୍ଷର ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ ଭାଙ୍ଗିବେ ।

୧୯୯୭ରେ ଜୟସୁରିୟା ୨୩୭୯ ରନ ସଂଗ୍ରହ କରି ଆଜି ପର୍ଯ୍ୟନ୍ତ ରେକର୍ଡ ନିଜ ନାମରେ ରଖିଛନ୍ତି ।

୨୦୧୯ରେ ରୋହିତ ଚମକ୍ରାର ବ୍ୟାଟିଂ ପ୍ରଦର୍ଶନ ଜାରି ରଖି ଜୟସୁରିୟାଙ୍କ ରନଠାରୁ ୮ ରନ ଦୂରରେ ରହିଛନ୍ତି ।  ରୋହିତ ଏହି ବର୍ଷ ଦିନିକିଆରେ ୧୪୨୭, ଟି୨୦ ୩୯୬ ଓ ଟେଷ୍ଟରେ ୫୫୬ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.