ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲଗାଇ ଆମେରିକା ଅର୍ଥ କମାଉଛି: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ
ଆମେରିକା ବିରୋଧରେ ପାକ୍ ମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ
ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆମେରିକା ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରୟ କରି ଟଙ୍କା ରୋଜଗାର କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଆମେରିକା ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏଥିରେ ସେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଆମେରିକା ଗତ ୧୦୦ ବର୍ଷ ଧରି ସାରା ବିଶ୍ୱରେ ଯୁଦ୍ଧ ସୃଷ୍ଟି କରି ନିଜେ ଅସ୍ତ୍ରଶସ୍ତ୍ର ବାଣିଜ୍ୟକୁ ପ୍ରୋତ୍ସାହିତ କରୁଛି।
ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି, ଆମେରିକା ଗତ ୧୦୦ ବର୍ଷ ମଧ୍ୟରେ ୨୬୦ଟି ଯୁଦ୍ଧ ଲଢ଼ିଛି। ଯେତେବେଳେ କି ଚୀନ୍ କେବଳ ତିନୋଟିରେ ସାମିଲ ଥିଲା। ଯୁଦ୍ଧରୁ ଆମେରିକା ଟଙ୍କା ରୋଜଗାର କରିଚାଲିଛି। ସେମାନଙ୍କର ଅସ୍ତ୍ରଶସ୍ତ୍ର ଶିଳ୍ପ ବିଶାଳ ଏବଂ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେଥିପାଇଁ ସେମାନେ ଦୁନିଆରେ ଦେଶ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଚାଲିଛନ୍ତି। ଆଫଗାନିସ୍ତାନ, ସିରିଆ, ମିଶର, ଲିବିଆ ଭଳି ଦେଶ। ଯେଉଁମାନେ ଏକଦା ଧନୀ ଥିଲେ ହେଲେ ଯୁଦ୍ଧ ପାଇଁ ଏବେ ଗରିବ ହୋଇଗଲେଣି।
ଖୱାଜା ଆସିଫଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।
Comments are closed.