ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଭିଏତନାମରେ ପହଞ୍ଚିବା ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିଡିଓ ରେ ମାକ୍ରୋନଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ ବିମାନରୁ ଓହ୍ଲାଇବା ପୂର୍ବରୁ ତାଙ୍କୁ ଚାପୁଡ଼ା ମାରିଥିବାର ନଜର ଆସିଛନ୍ତି। ଏହି ଭିଡିଓ ଖୁବ୍ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା।
ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ମାକ୍ରନ ଦକ୍ଷିଣ-ପୂର୍ବ ଏସିଆ ଗସ୍ତରେ ଯାଇ ପ୍ରଥମେ ହାନୋଇରେ ପହଞ୍ଚିଥିଲେ।ଯେଉଁଠାରେ ତାଙ୍କର ଏହି ଭିଡିଓ ଭାଇରାଲ ହେବାପରେ ରାଜନୀତି ସରଗରମ ହୋଇପଡିଛି। ତେବେ ଏହି ଭିଡିଓ ରେ ପ୍ରଥମେ ପ୍ଲେନ ର ଡୋର ଖୋଲିବାର ନଜର ଆସିଥିଲା ଯେଉଁଥିରେ ବ୍ରିଜିଟଙ୍କ ଦୁଇ ହାତ ମାକ୍ରନ୍ ଙ୍କ ଗାଲରେ ଥିବାର ଦୃଶ୍ୟମାନ ହେଉଛି। ମାକ୍ରୋନଙ୍କ ପତ୍ନୀ ତାଙ୍କୁ ଏକ ପାର୍ଶ୍ୱରୁ ଧକ୍କା ମାରୁଥିବର ମଧ୍ୟ ଦୃଶ୍ୟମାନ ହେଉଛି। ଯେଉଁଥିରେ ମାକ୍ରନ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ ଓ ତୁରନ୍ତ ପରିସ୍ଥିତିକୁ ସମ୍ଭାଳି ସ୍ବାଗତ କରିବାକୁ ଆସିଥିବା ଲୋକମାନଙ୍କୁ ଦେଖି ତାଙ୍କ ଆଡ଼କୁ ହାତ ହଲାଇଥିଲେ।
ତେବେ ଏହି ଭିଡିଓକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏଲଇସିରୁ ଏକ ବିବୃତି ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ, ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ପ୍ଲେନରେ ବସିବା ପୂର୍ବରୁ ଥଟ୍ଟା ମଜା କରୁଥିଲେ ଓ ଏହା ତାଙ୍କର ପର୍ସନାଲ ସମୟ ଥିଲା। ତେଣୁ ଏହାକୁ ନେଇ କୌଣସି ଗୁଜବ ପ୍ରଚାର କରାନଯାଉ।
Comments are closed.