ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯବାନ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏହି ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ମନୀଷ ଯାଦବ ନିହତ ଓ ସହଯୋଗୀ କୁନ୍ଦନ ଖେରୱାରକୁ ପୋଲିସ ଗିରଫ କରିଥିବାର ସୂଚନା ରହିଛି । ମୃତ ମନୀଷର ମୁଣ୍ଡ ଜାମିନ ପାଇଁ ୫ ଲକ୍ଷ ଓ ଗିରଫ କୁନ୍ଦନ ପାଇଁ ୧୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା। ଏଥିସହ ଘଟଣାସ୍ଥଳରୁ ଦୁଇଟି ସ୍ବୟଂଚାଳିତ ରାଇଫଲ୍ ଜବତ କରିଛି ପୋଲିସ । ଲାତେହାର କରମଖାଦ ଓ ଦୌନା ଜଙ୍ଗଲରେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା।
ଖବରମୁତାବକ, ଏନ୍କାଉଣ୍ଟର ପରେ ସମସ୍ତ ଅଞ୍ଚଳରେ ସର୍ଚ୍ଚ ଅପସରେନକୁ ଜୋରଦାର କରାଯାଇଛି। ମନୀଷ ଓ ତା’ର ସହଯୋଗୀମାନେ ଦୌନା ଜଙ୍ଗଲରେ ବଡ଼ଧରଣ ହିଂସାକାଣ୍ଡ କରିବାକୁ ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ-ସିଆର୍ପିଏଫ୍ ଯବାନ ମିଳିତ ଭାବେ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।
ମନୀଷ ନାଁରେ ୫୦ରୁ ଅଧିକ ଅପରାଧିକ ମାମଲା ରହିଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବୁଢ଼ାପାହାଡ଼ ଜଙ୍ଗଲରେ ନେଟ୍ୱର୍କ ଚଳାଇଥିବା ଅରବିନ୍ଦର ଅଙ୍ଗରକ୍ଷୀ ଥିଲା ମନୀଷ। ମାଓନେତା ଅରବିନ୍ଦ ପାଇଁ ଝାଡ଼ଖଣ୍ଡ ସରକାର ୧ କୋଟି ଟଙ୍କା ଘୋଷଣା କରିଛନ୍ତି।
Comments are closed.