ସୁନ୍ଦରଗଡ: କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିକୁ ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଲୁଟ୍ ହୋଇଛି। ସୁନ୍ଦରଗଡରୁ ବାଙ୍କୋ ପଥର ଖଣିକୁ ଆସିବାବେଳେ ପ୍ରାୟ ୩୦ରୁ ୪୦ ମାଓବାଦୀ ଟ୍ରକରେ ଆସୁଥିବା ୪ଟନ୍ ବିସ୍ଫୋରକ ଲୁଟି ନେଇଛନ୍ତି ।
ଏହାପରେ ପୁଲିସ ଓ ସିଆର୍ପିଏଫ୍ ଟିମ୍ ସରଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳକୁ ସରଣ୍ଡା ଜଙ୍ଗଲରେ ଗାଡ଼ିର ସନ୍ଧାନ ମିଳିଥିଲା। କିନ୍ତୁ ସେଥିରେ ବୋଝେଇ ହୋଇଥିବା ବିସ୍ଫୋରକ ଲୁଟ୍ ହୋଇଯାଇଥିଲା।
କେ.ବଲାଙ୍ଗ ଥାନା ଅନ୍ତର୍ଗତ ଜଙ୍ଗଲରେ କିଛିଦିନ ଧରି ମାଓବାଦୀ ବିରୋଧୀ ଅପରେସନ୍ ଜାରି ରହିଛି। ତେଣୁ ମାଓବାଦୀମାନେ ବିସ୍ଫୋରକ ଲୁଟି ନେଇଥିବା ସନ୍ଦେହ କରାଯାଉଛି।
ଅନ୍ୟପଟେ ଘଟଣାସ୍ଥଳରୁ ୪୦୭ ଗାଡ଼ି (ଓଡି୧୪ଡି-୧୯୮୭)ର ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ବିସ୍ଫୋରକ ଥିବା ପେଟିଗୁଡ଼ିକୁ ଦୁର୍ବୃତ୍ତମାନେ ବୋହି ନେଇଥିବା ଜଣାପଡ଼ିଛି। ବିସ୍ଫୋରକ ବୋଝେଇ ଗାଡ଼ିକୁ ଲୁଟ୍ ପରେ ଜରେଇକେଲା ସୀମାନ୍ତରେ ଝାଡ଼ଖଣ୍ଡ ପୁଲିସ ତରଫରୁ ହାଇଆଲର୍ଟ ଜାରି ହୋଇଛି। ସରଣ୍ଡା ଜଙ୍ଗଲରେ ଥିବା ଦୀଘା, ଥାଲକୋବାଦ, ଛୋଟାନାଗରା, ବରାଇବୁରୁ ସିଆର୍ପିଏଫ୍ କ୍ୟାମ୍ପ ତରଫରୁ ମଧ୍ୟ ପାଟ୍ରୋଲିଂ ଆରମ୍ଭ ହୋଇଛି ।
Comments are closed.