ନୂଆଦିଲ୍ଲୀ: ଖୁବ ଶୀଘ୍ର ବିଶ୍ୱ ଦେଖିବାକୁ ଯାଉଛି ମହାଯୁଦ୍ଧ। ସିଧା ଭାଷାରେ କହିଲେ ବିଶ୍ୱ ଯୁଦ୍ଧ। ଆଜ୍ଞା ହଁ, ହୁଏ ତ ଏହା ଏକପ୍ରକାର ଅନୁମାନ ହୋଇପାରେ। କିନ୍ତୁ ବିଶ୍ୱ ଯୁଦ୍ଧ ଆଡ଼କୁ ସଙ୍କେତ ଦେଲାଣି ରୁଷିଆ-ୟୁକ୍ରେନ ଯୁଦ୍ଧ । ଏବେ ଆଉ ଋଷିଆ-ୟୁକ୍ରେନ ମଧ୍ୟରେ ନୁହେଁ, ଆମେରିକା-ଋଷିଆ ମଧ୍ୟରେ ଚାଲିଛି ଯୁଦ୍ଧ। ମସ୍କୋ-ଓ୍ବାଶିଂଟନ ମଧ୍ୟରେ ଲାଗି ରହିଥିବା ବାକ୍ଯୁଦ୍ଧ ଏବେ ଭୟ ସୃଷ୍ଟି କରୁଛି । ଏହି ଦୁଇ ମହାଶକ୍ତି ଦେଶଙ୍କ ମୁଖିଆଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ଆଉ ଏହାରି ମଧ୍ୟରେ ପ୍ରେସିଡେଣ୍ଟ ପୁତିନଙ୍କୁ ବଡ଼ ଧମକ ଦେଇଛନ୍ତି ସୁପର ପାଓ୍ବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟରେ ସିଧା ପୁଟିନଙ୍କୁ କରିଛନ୍ତି ଟାର୍ଗେଟ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନିଆଁ ସହ ଖେଳୁଛନ୍ତି ପୁତିନ । ଯଦି ସେ ଏବେ ନଥାନ୍ତେ ରୁଷିଆର ବହୁତ ବଡ଼ କ୍ଷତି ହୋଇଥାଆନ୍ତା । ଏହି କଥାରୁ ସ୍ପଷ୍ଚ ହେଉଛି ଯେ ଆଗକୁ କିଛି ବଡ଼ ହେବାକୁ ଯାଉଛି।
https://www.youtube.com/watch?v=01c04zZ-o4Q
ଅନ୍ୟପଟେ ଟ୍ରମ୍ପଙ୍କ ଏପ୍ରକାର ଚେତାବନୀ ପରେ ଋଷିଆ ମଧ୍ୟ ଦେଇଛି କଡ଼ା ଜବାବ। ଜବାବରେ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା କରିଛନ୍ତି ରୁଷିଆର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିଟ୍ରି ମେଦଭେଦ। ସେ କହିଛନ୍ତି ରୁଷିଆ ଜାଣିଛି ସବୁଠାରୁ ଖରାପ ହେବ ‘ତୃତୀୟ ବିଶ୍ବଯୁଦ୍ଧ’ । ତୃତୀୟ ବିଶ୍ବଯୁଦ୍ଧକୁ ଇସାରା କରୁଛନ୍ତି ଟ୍ରମ୍ପ । ଅତିକମରେ ୩୦ ଦିନିଆ ଯୁଦ୍ଧ ବିରତି ଚାହୁଁଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଅସ୍ତ୍ରବିରତି ପ୍ରସ୍ତାବକୁ ରୁଷିଆ ପ୍ରତ୍ୟାଖ୍ୟାନ କରୁଛି । ମସ୍କୋ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ଦିମିଟ୍ରି କହିଛନ୍ତି।
ଏ ତ ଗଲା ଦୁଇ ପାୱାରଫୁଲ ଦେଶ ମଧ୍ୟରେ ଆରୋପ ପ୍ରତ୍ୟାରୋପ। ହେଲେ ୟୁକ୍ରେନ ମଧ୍ୟ ନଛଡ଼ବନ୍ଧା। ଋଷିଆ ଆକ୍ରମଣର ଜୋରଦାର ପ୍ରତିଆକ୍ରମଣ କରୁଛି ଜେଲେନ୍ସକିଙ୍କ ଟିମ୍। କୁହାଯାଉଛି ଜେଲେନ୍ସକିଙ୍କ ଏପରି ଦୁଃସାହସ ପଛରେ ଟ୍ରମ୍ପଙ୍କ ରହିଛି ହାତ। ଆଉ ଯଦି ଏହି କଥା ସତ ହୁଏ ତେବେ ଆଗକୁ ଆହୁରି ଭୟଙ୍କର ହେବାକୁ ଯାଉଛି ଯୁଦ୍ଧ। ଏହାରି ଭିତରେ ରୁଷିଆ ବିରୋଧରେ କିଛି ବଡ଼ ପ୍ରତିବନ୍ଧକ ଲଗାଇବା ପାଇଁ ଯୋଜନା କରୁଛି ଆମେରିକା । ଯାହା ବିଶ୍ୱ ଯୁଦ୍ଧ ଆଡ଼ ଇସାରା କରୁଥିବା କହିଛନ୍ତି ଅନେକ ବିଶେଷଜ୍ଞ।
Comments are closed.