ଭୁବନେଶ୍ବର: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ। ଆଜି ଭୁବନେଶ୍ୱର CBI କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଲାଞ୍ଚ ନେବା ବେଳେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗତକାଲି ସିବିଆଇ ହାତରେ ଧରାପଡିଥିଲେ । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗୁରୁବାର ସିବିଆଇ ହାତରେ ଧରାପଡିଥିଲେ। ମିଳିଥିବା ସୂଚନା ମୁତାବକ, ୨୦୧୩ ବ୍ୟାଚର ଆଇଆରଏସ୍ ଅଧିକାରୀ ତଥା ଇଡି ଡେପୁଟି ଡାଇରେକ୍ଟର ରଘୁବଂଶୀ ଇଡି ଚଢାଉର ଧମକ ଦେଇ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।ଏନେଇ ବ୍ୟବସାୟୀ ଜଣକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(CBI)ର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଶହୀଦନଗର ଅଞ୍ଚଳରେ ଅଭିଯୋଗକାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସିବିଆଇ ଅଧିକାରୀ ରଘୁବଂଶୀଙ୍କୁ ଧରିବାରେ ସଫଳ ହୋଇଥିଲେ।
କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କରିଥିଲା ସିବିଆଇ।
Comments are closed.