ମାଲକାନଗିରି: ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।’ଅପରେସନ୍ ଚେୟୁଥା’ ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା ପରେ ସେମାନେ ଆତ୍ମସମର୍ପଣ କରିଥିବାର ପୋଲିସ କହିଛି । ସରକାରଙ୍କ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।
ଏହି ବର୍ଷ କୋଥାଗୁଡେମ୍ ଜିଲ୍ଲା ପୋଲିସ ନିକଟରେ ବିଭିନ୍ନ ପଦର ୨୮୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ଜିଲ୍ଲା ପୋଲିସ ଅଧୀକ୍ଷକ ରୋହିତ ରାଜୁ କହିଛନ୍ତି ଯେ, ତେଲେଙ୍ଗାନା-ଛତିଶଗଡ଼ ସୀମାରେ ମାଓବାଦୀମାନେ ଲୁଚିକି ରହୁଛନ୍ତି ଏବଂ ସୀମାନ୍ତ ଗ୍ରାମଗୁଡ଼ିକର ବାସିନ୍ଦାମାନେ ‘କୌଣସି ମୂଲ୍ୟରେ’ ସେମାନଙ୍କୁ ସହଯୋଗ କରିବା ଉଚିତ୍ ନୁହେଁ। ଯଦି ଗାଁ ଲୋକମାନେ କୌଣସି ମାଓ ଗତିବିଧି ଦେଖନ୍ତି , ସେମାନେ ତୁରନ୍ତ ପୋଲିସକୁ ଜଣାଇବା ଉଚିତ।
Comments are closed.