Latest Odisha News

BREAKING NEWS

କଟକରେ ଦ୍ବିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

କଟକ: ପୁଣି ଥରେ କରୋନା ଭୟ ଦେଖାଗଲାଣି । ଦିନକୁଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକ ସହରରେ ଦ୍ବିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

କଟକରେ ଚିହ୍ନଟ ହୋଇଥିବା ୨ୟ କରୋନା ଆକ୍ରାନ୍ତଙ୍କର ବୟସ ୭୨ ବର୍ଷ ବୋଲି ଜଣାପଡିଛି । ସେ କଟକ ରାଉତପାଟଣା ଅଞ୍ଚଳର । ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା ସୂଚନା ଦେଇଛନ୍ତି କଟକ ସିଡିଏମ୍ଓ ପ୍ରଶାନ୍ତ ହୋତା ।

ସୂଚନାଥାଉକି, ଆଜି ସକାଳେ କଟକରେ ଚିହ୍ନଟ କୋଭିଡ୍ ଆକ୍ରନ୍ତ ଜଣକ ୪୫ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ଗତ କିଛି ଦିନ ଧରି ଆକ୍ରାନ୍ତ ଜଣକ ଜ୍ଵର ଓ ଥଣ୍ଡାରେ ପୀଡିତ ଥିଲେ । ସେ କୋଭିଡ ଟେଷ୍ଟ କରିବା ପରେ ପଜିଟିଭ ଆସିଥିବା ଜଣାପଡ଼ିଥିଲା । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ସଂକ୍ରମିତ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଥିବା କହିଛନ୍ତି କଟକ ସିଡିଏମଓ ।

Comments are closed.