Latest Odisha News

ଇ-କମର୍ସ ପ୍ଲାଟଫର୍ମରେ ୱ।କିଟକି ଓ ଅନ୍ୟ ଯନ୍ତ୍ରାଂଶ ବିକ୍ରି ଲାଗି ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ନୂଆଦିଲ୍ଲୀ: ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଧିକାରୀ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ବେଆଇନ ତାଲିକାଭୁକ୍ତ ରେଡିଓ ଯନ୍ତ୍ର ଓ ଯନ୍ତ୍ରାଂଶ ଉପରେ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ତାଲିକାରେ ୱ।କିଟକି ସମେତ ଅନ୍ୟ ରେଡିଓ ଯନ୍ତ୍ର ଓ ଯନ୍ତ୍ରାଂଶ ଉପଲବ୍ଧ । ଖାଉଟିର ସୁରକ୍ଷା ଓ ନିରାପତ୍ତା ପାଇଁ ବେଆଇନ ଓ ଅବାଧରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର ଓ୍ବେରଲେସ ରେଡିଓ ଯନ୍ତ୍ର ବିକ୍ରିକୁ ନେଇ ଏହି ଲଗାମ ଲଗାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଟେଲି କମ୍ୟୁନିକେସନ ବିଭାଗ ସହ ଆନ୍ତଃ ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଏପ୍ରକାର ମାର୍ଗଦର୍ଶିକା ଜାରି କରାଯାଇଥିବା କୁହାଯାଇଛି ।

ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଓ୍ବେରଲେସ ରେଡିଓ ଯନ୍ତ୍ରାଂଶ କ୍ରୟ କରିବାକୁ ହେଲେ ନିୟମାନୁସାରେ ଲାଇସେନ୍ସ ଦରକାର ପଡିଥାଏ । କିନ୍ତୁ ଏପ୍ରକାର ଓ୍ବେରଲେସ ଯନ୍ତ୍ର ବା ଯନ୍ତ୍ରାଂଶ ତାଲିକାରେ ସମ୍ପୃକ୍ତ ଅଧିକାରୀଙ୍କ ପାଖରୁ ଲାଇସେନ୍ସ ପ୍ରାପ୍ତ କରିବା ନେଇ କୌଣସି ଉଲ୍ଲେଖ ନାହିଁ । ଫ୍ରିକ୍ୱେନସି ଓ ୧୮୮୫ ଭାରତୀୟ ଟେଲିଗ୍ରାଫ ଆଇନ, ୧୯୩୩ ଓ୍ବେରଲେସ ଟେଲିଗ୍ରାଫି ଆଇନ, ଲୋ ପାଓ୍ବାର, ୨୦୧୮ ଭେରି ଲୋ ପାଓ୍ବାର ସଟ ରେଞ୍ଜ ରେଡିଓ ଫ୍ରିକ୍ୱେନସି ଡିଭାଇସେସର କାର୍ଯକାରିତା ନଥିବା ଲାଗି ଖାଉଟିମାନେ ଅବାଧ ଓ ମୁକ୍ତ ଭାବରେ ଏପ୍ରକାର ରେଡିଓ ଯନ୍ତ୍ର ବା ଯନ୍ତ୍ରାଂଶ ବ୍ୟବହାର ନେଇ କୌଣସି ଠୋସ ସୂଚନା ପାଉନାହାନ୍ତି ।

ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ଖାଉଟିମାନଙ୍କ ଲାଗି କେବଳ ପ୍ରସାରଣ ନିୟମ ପାଇଥିବା ଓ୍ବାକିଟକି ତାଲିକାଭୁକ୍ତ ହେବା ଉଚିତ । ଇକ୍ୟୁପମେଂଟ ପ୍ରକାରଭେଦ ବିବରଣୀ ସହ ଫ୍ରିକ୍ୱେନସି ରେଞ୍ଜ, ରେଗୁଲେଟୋରୀ ଅନୁମୋଦନ ପରି ବିଭିନ୍ନ ଜିନିଷ ବି ତାଲିକାରେ ସ୍ଥାନ ପାଇବା ଦରକାର । ଖାଉଟିମାନେ ବାଟବଣା ନହେବା ଲାଗି ଉପଯୁକ୍ତ ବିଜ୍ଞାପନ ଓ ଯନ୍ତ୍ର ବିବରଣୀ ଜନିତ ମାର୍ଗଦର୍ଶିକା ବି ତାଲିକାଭୁକ୍ତ ହେବା ଜରୁରୀ । ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ ମନା କରାଯାଇଥିବା ଫ୍ରିକ୍ୱେନସି ବ୍ୟବହାର ନେଇ ବି କଟକଣା ଜାରି କରାଯାଇଛି । ଉତ୍ପାଦ ଉପରେ ଫ୍ରିକ୍ୱେନସି ବ୍ୟାଣ୍ଡ ବିବରଣୀ ସ୍ପଷ୍ଟ ଭାବରେ ଉଲ୍ଲିଖିତ ହେବା ବିଧେୟ ।

୨୦୧୯ ଖାଉଟି ସୁରକ୍ଷା ଆଇନ ଉଲ୍ଲଙ୍ଘନ ନେଇ ଦଣ୍ଡ ବିଧାନ ସମ୍ପର୍କରେ ବି ସ୍ପଷ୍ଟ ଭାବେ ଲେଖା ରହିବା ଉଚିତ ବୋଲି ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ।

ତେବେ ଏପ୍ରକାର ମାର୍ଗଦର୍ଶିକା ଜାରି କରିବା ପରେ ସମ୍ପୃକ୍ତ ବିଭାଗ ବିଭିନ୍ନ ଲକ୍ଷ୍ୟ ରଖିଛି । ପ୍ରଥମତଃ ବିଭିନ୍ନ ଉତ୍ପାଦ ତାଲିକାଭୁକ୍ତ କରିବା ପୂର୍ବରୁ ସମ୍ପୃକ୍ତ ପ୍ଲାଟଫର୍ମ ପକ୍ଷରୁ ଜାରି ମାଗଦର୍ଶିକାକୁ କାର୍ଯ୍ୟକାରୀ କରିବାକୁ ଗବେଷଣାର ଆବଶ୍ୟକତା ରହିଛି । ବୈଧ ବା ଆଇନ ସମ୍ମତ ବିକ୍ରେତାଙ୍କ ଆମୂଳଚୁଳ ବିବରଣୀ ବି ସ୍ଥାନିତ ହେବ । ଅବୈଧ ତାଲିକାଭୁକ୍ତ ଉତ୍ପାଦ ପାଇଁ ସ୍ୱୟଂକ୍ରିୟ କାର୍ଯ୍ୟାନୁଷ୍ଠାନ ବି ଅନ୍ତର୍ଭୁକ୍ତ ହେବ । ଖାଉଟି ସଚେତନତା ସହ ଏପ୍ରକାର ଅବାଧ ଓ ବେଆଇନ ବିକ୍ରି ଲାଗି ପେନାଲ୍ଟି ବା ଦଣ୍ଡ ବିଧାନ ପରି କାର୍ଯ୍ୟାନୁଷ୍ଠାନ ମାର୍ଗଦର୍ଶିକାର ଲକ୍ଷ୍ୟ ରହିଛି ।

ଇ-କମର୍ସ ପ୍ଲାଟଫର୍ମରେ ବେଆଇନ ଭାବରେ ତାଲିକାଭୁକ୍ତ ହୋଇଥିବା ପ୍ରାୟ ୧୬,୯୭୦ ଉତ୍ପାଦ ବିରୁଦ୍ଧରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ପ୍ରମୁଖ ଡିଜିଟାଲ ମାର୍କେଟଗୁଡିକୁ ପ୍ରାୟ ୧୩ଟି ନୋଟିସ ପଠାଯାଇଛି । ଏହି ଅବୈଧ ଉତ୍ପାଦଗୁଡିକର କୌଣସି ଫ୍ରିକ୍ୱେନସି ସୂଚନା କିମ୍ବା ଲାଇସେନ୍ସ ବିବରଣୀ ବା ଇକ୍ୟୁପମେଂଟ ଟାଇପ ଅନୁମୋଦନ ବିବରଣୀ କିଛି ବି ନାହିଁ । ତେବେ ଏଗୁଡିକ ସମ୍ପୃକ୍ତ ମନ୍ତ୍ରଣାଳୟର ସିଧା ନୀରିକ୍ଷଣରେ ରହିଥିବା ବେଳେ ସଦ୍ୟ ଜାରି କରାଯାଇଥିବା ମାର୍ଗଦର୍ଶିକା ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Comments are closed.