ପୁରୀ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍ । ଅନ୍ୟ ବସ୍ ଗୁଡ଼ିକୁ ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ଦିଆଯିବ। ପୁରୀକୁ ସାରା ରାଜ୍ୟରୁ ବସ ଗଡିବ। ପୁରୀ ତାଳବଣିଆ ଓ ମାଳତିପାଟପୁରରେ ହେବ ବସ ପାର୍କିଂ। ଯାତ୍ରୀଙ୍କ ବସ୍ ରହଣି ସ୍ଥଳରୁ ବଡ଼ଦାଣ୍ଡ ଯାଏ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି।
ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ। ଏନେଇ ଏସଟିଏ କମିଶନର ଅମିତାଭ ଠାକୁର ଦେଇଛନ୍ତି ସୂଚନା। ପୁରୀ ରଥଯାତ୍ରା ପାଇଁ ଏସଟିଏ ତଥା ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଉକ୍ତ ବୈଠକରେ ଘରାଇ ବସ୍ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ୍ ମାଲିକ ସଂଘ, କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ, ଏନଏଚଆଇ କର୍ତ୍ତୃପକ୍ଷ ବୈଠକରେ ସାମିଲ।
ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତ ପୁରୀ ଯାଇପାରିବେ ସେ ନେଇ ହୋଇଥିଲା ଆଲୋଚନା। ଅନ୍ୟପଟେ ତାଳବଣିଆ ବସ୍ ଷ୍ଟପେଜରେ ଯାତ୍ରୀଙ୍କୁ ଦିଆଯିବ ୧୦ଟଙ୍କାରେ ଖାଦ୍ୟ। ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ୩୦ଜଣ STA ଅଧିକରୀ ଦାୟିତ୍ବରେ ରହିବେ। ବେପରୁଆ ଗାଡ଼ି ଚାଳନା ଉପରେ ରହିବ ନଜର। ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ ସହ, ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଅମିତାଭ ଠାକୁର।
Comments are closed.