Latest Odisha News

BREAKING NEWS

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ଦିବ୍ୟାଙ୍ଗ ବୃଦ୍ଧା

ବଲାଙ୍ଗିର:ବଲାଙ୍ଗୀର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ମହିଳା ନିଜର   ପେନସନ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାର ଦେଖାଯାଇଛି।

ପୀଡ଼ିତା ଜଣକ ପାଟନାଗଡ଼ ବ୍ଲକ୍ ଅନ୍ତର୍ଗତ ପଟାମୁଣ୍ଡା ପଞ୍ଚାୟତର ପାଣ୍ଡେସରା ଗ୍ରାମର ସୁରେଖା ନାୟକ ବୋଲି ଜଣା ପଡ଼ିଛି। ଏହାପରେ  କିଛି ଦୟାଳୁ ବ୍ୟକ୍ତି ତାଙ୍କୁ ଟ୍ରାକ୍ଟରରେ ନେଇ ଗୁଡ଼ାପଦରରେ ପହଞ୍ଚାଇ ଦେଇଥିବା ସୂତ୍ରରୁ ଜଣା ପଡ଼ିଥିଲା।

ତେବେ ଏହିପରି ଘଟଣା ସୁରେଖାଙ୍କ ପାଇଁ କିଛି ନୂଆ ନୁହେଁ। ୧୦୦୦ ଟଙ୍କା ପେନସନ ପାଇବା ପାଇଁ  ପ୍ରତି ମାସ ତାଙ୍କୁ ଅଟୋ ଭଡ଼ାରେ ୩୦୦ ରୁ ୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ବୋଲି ଜଣାପଡିଛି। ତାଙ୍କୁ ଏ ବିଷୟରେ ପଚରା ଯିବାରୁ ସେ କହିଥିଲେ ଯେ ତାଙ୍କୁ ପ୍ରତି ମାସ ପ୍ରାୟ ୩ ରୁ ୪ ଥର ଆସିବାକୁ ପଡ଼ିଥାଏ। କିନ୍ତୁ ଶନିବାର ଦିନ ତାଙ୍କୁ ଗାଡ଼ି ନମିଳିବାରୁ ଏପରି ଆସିବାକୁ ପଡ଼ିଥିଲା ବୋଲି ସେ କହିଥିଲେ।

ପେନସନକୁ ପାଖରେ ପହଞ୍ଚାଇବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ (BDO) ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO)ଙ୍କୁ ବାରମ୍ବାର ଆବେଦନ ଏବଂ ଡେପୁଟେସନ କରାଯାଉଥିଲେ ମଧ୍ୟ କୌଣସି ସଫଳତା ମିଳି ପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ଯଦି ଜଣେ ଦିବ୍ୟାଙ୍ଗ ବରିଷ୍ଠ ନାଗରିକଙ୍କୁ ତାଙ୍କର  ପେନସନ ପାଇବା ପାଇଁ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ରେ ଗୁରୁଣ୍ଡି ଗୁରୁଣ୍ଡି ଆସିବାକୁ ପଡୁଛି ତେବେ ଏ ଭଳି ଡବଲ ଇଞ୍ଜିନ ସରକାର’ର ରହି ଲାଭ କଣ ବୋଲି ଲୋକେ ଅଭିଯୋଗ ମଧ୍ୟ କରୁଛନ୍ତି ।ଏହି ଘଟଣା ସମ୍ପର୍କ କୁ ନେଇ  BDO ଏବଂ DSSO କାର୍ଯ୍ୟାଳୟ ସହିତ ବର୍ତ୍ତମାନ୍ ସୁଦ୍ଧା କୌଣସି  ଯୋଗାଯୋଗ ହୋଇପାରି ନାହିଁ।

ତେବେ ଗତ ସେପ୍ଟେମ୍ବରରେ, କେଉଁଝରର ରାଇସୁଆଁ ଗ୍ରାମ ପଞ୍ଚାୟତର ଜଣେ ୬୫ ବର୍ଷୀୟା ମହିଳାଙ୍କୁ ମଧ୍ୟ ସମାନ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଥିଲା ।ସେ  ତାଙ୍କର ପେନସନ୍ ପାଇଁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଆସିଥିଲେ।

Comments are closed.