Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ହେନରିକ କ୍ଲାସେନ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟକିପର ହେନରିକ କ୍ଲାସେନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୩ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନଙ୍କ ନିଷ୍ପତି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପରିବାରକୁ ଅଧିକରୁ ଅଧିକ ଧ୍ୟାନ ଦେବା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି । ସୋସିଆଲ ମିଡିଆରେ ସେ ତାଙ୍କ ଅବସର ନିଷ୍ପତି ସମ୍ପର୍କରେ ପ୍ରଶଂସକମାନଙ୍କୁ ଜଣାଇଥିଲେ । ପୂର୍ବରୁ ସେ ଟେଷ୍ଟରୁ ଅବସର ଘୋଷଣା କରିଥିଲେ । ଏବେ ଦିନିକିଆ ଓ ଟି୨୦ରୁ ଅବସର ନେଇଛନ୍ତି । ଏହା ମୋ ପାଇଁ ଏକ ଦୁଃଖଦ ଦିନ । କ୍ରିକେଟରୁ ଏତେ ଶୀଘ୍ର ଅବସର ନେବି ବୋଲି କେବେ ଭାବି ନ ଥିଲି । ପରିବାରର ଭବିଷ୍ୟତ ପାଇଁ ମୋତେ ଆଗକୁ ବଢ଼ିବାକୁ ହେବ ।

କ୍ଲାସେନ ୪ ଟେଷ୍ଟରେ ୧୦୪ ରନ କରିଥିଲେ । ସେହିପରି ୬୦ ଦିନିକିଆରେ ୨୧୪୧ ଓ ୫୮ ଟି୨୦ରେ ୧୦୦୦ ରନ ସଂଗ୍ରହ କରିଥିଲେ । ଆଇପିଏଲ ୨୦୨୫ରେ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା କ୍ଲାସେନ ୪୮୭ ରନ ସଂଗ୍ରହ କରିଛନ୍ତି । ଟି୨୦ ବିଶ୍ୱକପ ଫାଇନାଲରେ ଭାରତ ବିପକ୍ଷରେ କ୍ଲାସେନ ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା ।

 

 

Comments are closed.