ଅହମ୍ମଦାବାଦ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବାକୁ ଥିବା ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି । ଆରସିବିର ଏହି ପ୍ରଶଂସକଜଣଙ୍କ ନିଜ ଟିମ ଉପରେ ଯେପରି ଖରାପ ଦୃଷ୍ଟି ନ ପଡିବ ସେଥିପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେ ତାଙ୍କ କାରରେ ଲେମ୍ବୁ ଓ ଲଙ୍କାର ମାଳ ଲଗାଇ ମ୍ୟାଚ ଉପଭୋଗ କରିବାକୁ ଆସିଥିଲେ । ସୋସିଆଲ ମିଡିଆରେ ଏହାର ଫଟୋ ପ୍ରକାଶ ପାଇବା ପରେ ଏହା ଭାଇରାଲ ହୋଇଯାଇଛି । ସେ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଶଂସକ ଅଟନ୍ତି । ଆରସିବି ଓ ପଞ୍ଜାବ ପୂର୍ବରୁ ଆଇପିଏଲ ଟ୍ରଫି ଜିତି ନାହାନ୍ତି । ୧୮ ବର୍ଷ ହେବ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଟିମ କିପରି ଟାଇଟଲ ଜିତିବ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।
ଉଭୟ ଟିମ ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ । ଲେମ୍ବୁ ଓ ଲଙ୍କା ବ୍ୟତୀତ ସେ ତାଙ୍କ କାରରେ ଆରସିବିର ପତାକା ମଧ୍ୟ ଲଗାଇଛନ୍ତି । ଆରସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନାହିଁ । ଏଥର ସେମାନଙ୍କ ନିକଟରେ ଚାମ୍ପିୟନ ହେବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ପ୍ରଶଂସକଜଣଙ୍କ ଉତ୍ସାହିତ ହୋଇ କହିଛନ୍ତି ।
Comments are closed.