Latest Odisha News

BREAKING NEWS

ଶୀତଦିନେ ଶିଶୁର ଶୁଷ୍କ ତ୍ୱଚାକୁ ଏହିଭଳି କରନ୍ତୁ ମଶ୍ଚରାଇଜ!

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହୋଇଗଲାଣି । ଶିତଦିନରେ ଶିଶୁଙ୍କ ଯତ୍ନ ନେବା ମାଆ ମାନଙ୍କ ପାଇଁ କାଠିକର କଥା ହୋଇଯାଏ । ଶିଶୁଙ୍କ ତ୍ୱଚା କୋମଳ ହୋଇଥିବାରୁ ଏହା ଶୀତଦିନରେ ସମ୍ପୂର୍ଣ୍ଣ ଶୁଷ୍କ ଓ ରୁକ୍ଷ ହୋଇଯାଏ ।

ପିଲାମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ନିମନ୍ତେ ଆପଣାନ୍ତୁ ଏହି ସରଳ ଉପାୟ…

ହିମାଲୟାନ ଡ୍ରଗ କମ୍ପାନୀ ଆୟୁର୍ବେଦ ବିଶେଷଜ୍ଞ ଡାଃ ଶୁଭାଶିନୀ ଏନ ଏସଙ୍କ କହିବା ଅନୁସାରେ, ‘ଶୀତ ଦିନେ ଶୁଷ୍କ ତ୍ୱଚା ପାଇଁ ଅଧିକ ଆଦ୍ରତା ଗୁରୁତ୍ୱପୂର୍ଣ୍ଣ । କାରଣ ଥଣ୍ଡା ପବନରେ ଗରମ ପବନ ଭଳି ଅଧିକ ଆଦ୍ରତା ନଥାଏ । ତେଣୁ ଶୀତ ରୁତୁରେ ଆଲକୋହଲ, କୃତ୍ରିମ ରଙ୍ଗ, ଖଣିଜତୈଳ, ଏସଏଲଏସ/ଏସଏଲଇଏସ/ଏଏଲଇଏସ ରହିତ ପ୍ରାକୃତିକ ଉତ୍ପାଦ ବ୍ୟବହାର କରି ନିୟମିତ ଭାବେ ତ୍ୱଚାର ଯତ୍ନ ନେବା ଆପଣଙ୍କ ଶିଶୁର ତ୍ୱଚା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଶିଶୁକୁ ଗାଧୋଇ ଦେବା ସମୟରେ ଘିକୁଆଁରି, ଆଲମଣ୍ଡ୍ ତେଲ ଏବଂ ଅଲିଭ୍ ତେଲରେ ପ୍ରସ୍ତୁତ ସାବୁନ କିମ୍ବା ବେବିୱାସର ବ୍ୟବହାର କରିବାକୁ ପରାମର୍ଶ କରିବା ଦରକାର ।

“ସ୍ନାନ ପରେ ତ୍ୱଚାର ଆର୍ଦ୍ରତା ରକ୍ଷା କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଅଲିଭ୍ ତେଲ ବିଶିଷ୍ଟ ବେବିଲୋସନ ବ୍ୟବହାର କରିପାରିବେ, ଯାହା ଶିଶୁର ତ୍ୱଚାକୁ ସୁରକ୍ଷା ଦେଇଥାଏ ଏବଂ ଆଲମଣ୍ଡ୍ ଅଏଲ ଶିଶୁ ତ୍ୱଚାର ଆର୍ଦ୍ରତା ରକ୍ଷା କରିଥାଏ ।

ଏହାଛଡା ମୁଲେଥି ଯୁକ୍ତ ବେବିକ୍ରିମ୍ ବ୍ୟବହାର କରିପାରିବେ ଯାହା ଶିଶୁର ତ୍ୱଚାର ସୁରକ୍ଷା କରିବା ସହ ତ୍ୱଚାକୁ ନରମ କରିଥାଏ ।

ଶିଶୁର ଡାଏପର ସାଧାରଣ ଓଦା ଥାଏ । ଯାହା ତ୍ୱଚା ସଂକ୍ରମଣ ସହ ଦାଗର କାରଣ ହୋଇଥାଏ । “ସର୍ବଦା ଆଲୋଭିରା, ପଦ୍ମ ରସ ଯୁକ୍ତ ନରମ ୱାଇପସ ବ୍ୟବହାର କରି ଶିଶୁର ଶରୀରକୁ ପୋଛନ୍ତୁ । କାରଣ ଏହା ଶିଶୁର ତ୍ୱଚାକୁ ନରମ ଓ କୋମଳ ରଖିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.