Latest Odisha News

BREAKING NEWS

ରାଜ୍ୟରେ ଖୁବଶୀଘ୍ର ଖୋଲିବ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଖୋଲିବ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ଏହି ୫ ଶହ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ପଡ଼ିବ ଭିତ୍ତିପ୍ରସ୍ତର। ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଏନେଇ ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜେପି ସରକାରର ବର୍ଷେ ପୂର୍ତ୍ତି କାର୍ଯ୍ୟକ୍ରମ ସବୁ ଜାଗାରେ କରାଯିବ। ଜିଲ୍ଲାକୁ ଯାଇ ସମୀକ୍ଷା କରିବା ସହ କାର୍ଯ୍ୟକ୍ରମର ତଦାରଖ କରିବେ ମନ୍ତ୍ରୀ।

ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ ୧୨ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ୫୦୦ ବିଦ୍ୟାଳୟର ଭିତ୍ତିପ୍ରସ୍ତ ସ୍ଥାପନ କରିବେ। ମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ।

ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ୨୦୨୫-୨୬ ବାର୍ଷିକ ବଜେଟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨,୯୬୦ କୋଟି ଟଙ୍କା ବରାଦ କରିଛନ୍ତି। ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ହେଉଛି ଓଡ଼ିଶା ସରକାରଙ୍କର ଏକ ଉଦ୍ୟମ, ଯାହା ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ସରକାର ଏହି ଯୋଜନା ଅଧୀନରେ ପ୍ରାୟ ୬,୮୦୦ ରାଜ୍ୟ ପରିଚାଳିତ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନୀତ କରିବାକୁ ଯୋଜନା କରୁଛନ୍ତି।

Comments are closed.