Latest Odisha News

BREAKING NEWS

ଓଡିଆ କଂଟ୍ରାକ୍ଟରଙ୍କୁ ସରକାର ପ୍ରାଧାନ୍ୟ ଦେଉନଥିବା ଅଭିଯୋଗ

ଭୁବନେଶ୍ୱର: ଓଡିଆ କଂଟ୍ରାକ୍ଟରଙ୍କୁ ସରକାର ପ୍ରାଧାନ୍ୟ ଦେଉନାହାଁନ୍ତି। ଏଭଳି ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି ଅଲ ଓଡିଶା କଂଟ୍ରାକ୍ଟର ଆସୋସିଏସନ। ରାଜ୍ୟର ବିଭିନ୍ନ ଜିଲ୍ଲାର କଂଟ୍ରାକ୍ଟର ମାନେ ଆସି ଉନ୍ନତି ଭବନରେ ଆନ୍ଦୋଳନ କରିଛନ୍ତି।

ବାହାର ରାଜ୍ୟର କଂଟ୍ରାକ୍ଟର ମାନେ ରାଜ୍ୟରେ କାମ ପାଉଛନ୍ତି । କେତେକ ଉଚ୍ଚ ପଦାଧିକାରୀ ବିଭିନ୍ନ ଆଳ ଦେଖାଇ ବାହାରେ ଥିବା ଠିକାଦାରଙ୍କୁ କାମ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଓଡିଆ ଅସ୍ମିତାର କଥା, ଓଡିଆ ଠିକାଦାରଙ୍କ ଅଧିକାର ସୁରକ୍ଷା, ମେଗା ପ୍ରକଳ୍ପରେ ଠିକାଦାର ଆସିବେ ନାହିଁ ବୋଲି କୁହାଯାଇଛି । ଯଦି ସରକାର ସେମାନଙ୍କ କଥା ନମାନ୍ତି ତେବେ ଆଗାମୀ ଦିନରେ ସମସ୍ତ ଠିକାଦାର ଏକତ୍ରିତ ହୋଇ ଆନ୍ଦୋଳନକୁ ଆହୁରି ତିବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି କଂଟ୍ରାକ୍ଟର ମାନେ। ତେବେ ସରକାର ତୁରନ୍ତ ଆଲୋଚନା କରି କଂଟ୍ରାକ୍ଟରଙ୍କ ସବୁ ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି ହୋଇଛି ।

ଅପରପକ୍ଷରେ ଠିକାଦାରମାନେ ଉନ୍ନତି ଭବନ ସାମ୍ନାରୁୁ ପ୍ଲା କାର୍ଡ ଧରି ଜୋରଦାର ଆନ୍ଦୋଳନ କରିଥିଲେ।

 

Comments are closed.