Latest Odisha News

BREAKING NEWS

ଅଭ୍ୟାସ ସେଶନରେ ପନ୍ତ ଆଘାତପ୍ରାପ୍ତ

ଲଣ୍ଡନ: ଟିମ ଇଣ୍ଡିଆ ୫ ମ୍ୟାଚ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଆଗାମୀ ଚକ୍ର ଏହି ସିରିଜରୁ ଆରମ୍ଭ ହେବ । ଭାରତୀୟ ଦଳର ସଦସ୍ୟମାନେ ଇଂଲଣ୍ଡରେ ପଂହଚିବା ପରେ କଡା ଅଭ୍ୟାସ କରିଛନ୍ତି । ତେବେ ଟିମ ଇଣ୍ଡିଆର ଉପ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଭ୍ୟାସ କରୁଥିବା ବେଳେ ଆଘାତପ୍ରାପ୍ତ ହୋଇଛନ୍ତି । ବାମହାତ କହୁଣୀ ନିକଟରେ ବଲ ବାଜିଥିଲା । ଅବଶ୍ୟ ତାଙ୍କ ଆଘାତ ଗୁରୁତର ନୁହେଁ ବୋଲି ଜଣାପଡିଛି । ତାଙ୍କ କହୁଣୀରେ ଆଇସ ପ୍ୟାକ ଲଗାଯାଇଛି । ଏହା ପରେ ସେ ଆଉ ଅଭ୍ୟାସ କରି ନ ଥିଲେ ।

ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଅନୁପସ୍ଥିତିରେ ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଏହି ଗସ୍ତରେ ଆସିଛି । ଭାରତ ଦୀର୍ଘ ଦିନ ହେବ ଇଂଲଣ୍ଡ ଗସ୍ତରେ ସିରିଜ ବିଜୟୀ ହୋଇନି । ଟିମ ଇଣ୍ଡିଆର ଅନେକ ଖେଳାଳି ଆଇପିଏଲରେ ବ୍ୟସ୍ତ ରହିଥିବାରୁ ଟେଷ୍ଟ ଫର୍ମାଟ ପ୍ରତି ମନୋନିବେଶ କରିବା ପାଇଁ ଅଭ୍ୟାସ ଜରୁରୀ ହୋଇପଡିଛି । କୋଜ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷରେ ଖେଳାଳିମାନେ ଅଭ୍ୟାସ ଜାରୀ ରଖିଛନ୍ତି ।

Comments are closed.