ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଚେତାବନୀ । ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯେଉଁ ସରକାରୀ ଅଧିକାରୀ ଦୁର୍ନୀତି କରିବେ ସିଏ ଜେଲ୍ ଯିବେ । ଏପରି କହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।
ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ । ଲୋକଙ୍କୁ କହିଛନ୍ତି ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ସୁରେଶ ପୂଜାରୀ । ୪ ଓ ୫ ତାରିଖରେ ସମସ୍ତ ଅଧିକାରୀଙ୍କୁ ଡାକି ଦୁର୍ନୀତି ବନ୍ଦ କରିବାକୁ ଚେତାବନୀ ଦେଇଥିଲୁ । ଦୁଅଦିନ ପରେ ଆଇଏଏସ୍ ଅଧିକାରୀଙ୍କ ଘରୁ ୪୭ ଲକ୍ଷ ଟଙ୍କା ଜବତ କଲେ ଭିଜିଲାନ୍ସ । ପୁଣି ଥରେ କହୁଛୁ ଏବେ ବି ସମୟ ଅଛି ସମସ୍ତେ ସତର୍କ ହୋଇ ଯାଆନ୍ତୁ । କେହି ବର୍ତ୍ତିବେ ନାହିଁ । ଦୁର୍ନୀତି ବିରୋଧରେ ଶୁନ୍ୟ ସହନଶୀଳତା ନୀତି ଆମ ସରକାରଙ୍କ ସଂକଳ୍ପ ।
Comments are closed.