Latest Odisha News

BREAKING NEWS

ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ..

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଆଜିଠାରୁ ( ଡିସେମ୍ବର ୨୪) ଆରମ୍ଭ ହେଉଛି ବେଳାଭୂମି ମହୋତ୍ସବ । ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଠାରେ ପହଂଚି ସେଠାରୁ ଗୋପାଳପୁର ଯିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି। ଏହାପରେ ମୁଖ୍ୟମନ୍ତ୍ରୀ ଗୋପାଳପୁର ବେଳାଭୂମି ମହୋତ୍ସବର ଉଦଘାଟନ କରିବେ ।

ଏଥିପାଇଁ ସୁରକ୍ଷା ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏହି ବେଳାଭୂମି ମହୋତ୍ସବରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ମହୋତ୍ସବର ଆଜିର ସନ୍ଧ୍ୟାରେ ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଯୋଗଦେବେ ବୋଲି ଜଣାପଡିଛି ।

ମହୋତ୍ସବରେ ହେବାକୁ ଥିବା ଜନ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ଗୁରୁତ୍ୱ ଦେଇଛି ପୋଲିସ । ୪ଜଣ ଅତିରିକ୍ତ ଏସପି, ୧୫ଜଣ ଡିଏସପି, ୧୫୦ଜଣ ଅଫିସରଙ୍କ ସହ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବୋଲି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.