Latest Odisha News

BREAKING NEWS

ରାଜା ରଘୁବଂଶୀଙ୍କ ପରିବାରକୁ କ୍ଷମା ମାଗିଲେ ସୋନମଙ୍କ ଭାଇ; କହିଲେ ମୋ ଭଉଣୀ… 

ଇନ୍ଦୋର: ଇନ୍ଦୋରରେ ହନିମୁନ ମନାଇବାକୁ ଯାଇ ଦମ୍ପତି ନିଖୋଜ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ମାମଲାରେ ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ବୁଧବାର ଦିନ ରାଜାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ।

ଗୋବିନ୍ଦ ତାଙ୍କ ଭଉଣୀର ଏପରି କାଣ୍ଡ ପାଇଁ ରାଜାଙ୍କ ପରିବାରକୁ କ୍ଷମା ମାଗିବା ସହ ସେ ତାଙ୍କ ଭଉଣୀ ସହ ସମସ୍ତ ସମ୍ପର୍କ ଭାଙ୍ଗିଦେଇଥିବା ନେଇ କହିଛନ୍ତି। ମିଳିଥିବା ପ୍ରମାଣ ଅନୁଯାୟୀ ସୋନମ ହିଁ ରାଜାଙ୍କୁ ହତ୍ୟା କରିଥିବା କହିଛନ୍ତି। ଏହି ହତ୍ୟାକାଣ୍ଡରେ ସମସ୍ତ ଅଭିଯୁକ୍ତ ରାଜ କୁଶୱାହାଙ୍କ ସହ ଜଡିତ ଥିବା ନେଇ ମଧ୍ୟ କହିଛନ୍ତି।

ରାଜ କୁଶୱାହା କେବଳ ତାଙ୍କ ଘର କାମ କରୁଥିଲା। ସୋନମ୍ ରାଜ କୁଶଓ୍ଵାହାଙ୍କୁ ରାଖୀ ବାନ୍ଧୁଥିଲେ ଏବଂ ରାଜ୍ ତାଙ୍କୁ ‘ଦିଦି’ ବୋଲି ଡାକୁଥିଲେ।

ଗୋବିନ୍ଦଙ୍କ ସହ ରାଜାଙ୍କ ମାଆ ଉମା ରଘୁବଂଶୀ ଭେଟିବା ପରେ ଏକ ସାକ୍ଷାତକାର ରେ କହିଥିଲେ ଯେ ଗୋବିନ୍ଦ ରାଜାଙ୍କ ପାଇଁ ଦୁଃଖିତ ଓ ସୋନମଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।

ଅପରପକ୍ଷରେ ମୃତ ରାଜାଙ୍କ ଭାଇ ବିପିନ ଅଭିଯୋଗ କରି କହିଛନ୍ତି ଯେ ସୋନମଙ୍କ ସମ୍ପର୍କ ନେଇ ତାଙ୍କ ପରିବାରଠାରୁ ଏହା ଲୁଚାଇ ରଖିଥିଲେ। ଏପରିକି ସୋନମ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଚେତାବନୀ ଦେଇଥିଲେ। ସୋନମଙ୍କ ମା ଏହି ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଜାଣିଥିଲେ କିନ୍ତୁ ସେ ସବୁକିଛି ଲୁଚାଇ ରଖିଥିଲେ। ସୋନମଙ୍କ ମାଆଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ। ତେବେ ସୋନମ୍ ତାଙ୍କ ଦୋଷ ସ୍ବୀକାର କରିଥିବା ନେଇ ମେଘାଳୟ ପୋଲିସ କହିଛି।

 

Comments are closed.