Latest Odisha News

BREAKING NEWS

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କଟ୍ ଅଫ୍ ଲିଷ୍ଟ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଦିନ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ (ୟୁଜି) ପ୍ରଥମ ବର୍ଷ ପାଠ୍ୟକ୍ରମ (ଯୁକ୍ତ ୩)ରେ ପ୍ରବେଶ ପାଇଁ ପ୍ରଥମ ସିଲେକ୍ସନ ମେରିଟ୍ ଲିଷ୍ଟ୍ ପ୍ରକାଶ କରିଛି।

ବିଜ୍ଞପ୍ତି ଅନୁଯାୟୀ, ଚୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୧,୭୫,୭୨୨ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ମଞ୍ଜୁରୀପ୍ରାପ୍ତ ୨,୭୪,୫୦୯ ଆସନ ବିରୁଦ୍ଧରେ ମୋଟ ୨,୬୫,୫୯୦ ଜଣ ଆବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୭୦,୭୪୫ ପୁରୁଷ, ୧,୦୪,୯୬୭ ମହିଳା ଏବଂ ଟ୍ରାନ୍ସଜେଣ୍ଡର ୧୦ ଜଣ ଅଛନ୍ତି।

ଷ୍ଟ୍ରିମ୍ ଅନୁଯାୟୀ ସର୍ବାଧିକ କଟ-ଅଫ୍ ମାର୍କ ନିମ୍ନଲିଖିତ:

୧) କଳା ଷ୍ଟ୍ରିମ୍: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୨.୮୦% (ରାଜନୀତି ବିଜ୍ଞାନ)

୨) ବିଜ୍ଞାନ ଷ୍ଟ୍ରିମ୍: i) ଭୌତିକ ବିଜ୍ଞାନ: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୩.୬୭% (ଭୌତିକ ବିଜ୍ଞାନ)

୨) ଜୈବିକ ବିଜ୍ଞାନ: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୪% (ପ୍ରାଣି ବିଜ୍ଞାନ)

୩) ବାଣିଜ୍ୟ ଷ୍ଟ୍ରିମ୍: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୦.୫୦% (ବାଣିଜ୍ୟ)

୪) ଶାସ୍ତ୍ରୀ ଷ୍ଟ୍ରିମ୍: ଓମ୍ ମା ସରସ୍ୱତୀ ସଂସ୍କୃତ (ଡିଗ୍ରୀ) କଲେଜ, ରାଜଗାଙ୍ଗପୁର – ୬୮.୬୭% (ଶାସ୍ତ୍ରୀ)

୫) ସେଲ୍ଫ- ଫାଇନାସିଂ ଷ୍ଟ୍ରୀମ: ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂଚାଳିତ) କଲେଜ, ଭୁବନେଶ୍ୱର – ୮୮.୮୩% (କମ୍ପ୍ୟୁଟର ବିଜ୍ଞାନ)

୬) ଆଇନ ଷ୍ଟ୍ରିମ୍: ବିଶ୍ୱବିଦ୍ୟାଳୟ ଆଇନ କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟ, BBSR -87.80 (୫ ବର୍ଷ ସମନ୍ୱିତ B.A.LL.B)

ଷ୍ଟ୍ରିମ୍ ଅନୁଯାୟୀ ମନୋନୀତ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା:

୧) ବିଜ୍ଞାନ: ୪୫,୮୫୫

୨) କଳା: ୧,୦୭,୦୬୯

୩) ବାଣିଜ୍ୟ: ୧୬,୨୦୫

୪) ଶାସ୍ତ୍ରୀ: ୩,୩୭୧

୫) ସେଲ୍ଫ- ଫାଇନାସିଂ ଷ୍ଟ୍ରୀମ: ୩,୦୫୧

୬) ଆଇନ- ୧୭୧

“ଫ୍ରିଜ୍” ଚୟନ ବାଛିବା ପାଇଁ ମନୋନୀତ ଛାତ୍ରଛାତ୍ରୀ ମାନଙ୍କୁ ୧୩.୦୬.୨୦୨୫, ୧୬.୦୬.୨୦୨୫ ଏବଂ ୧୭.୦୬.୨୦୨୫ରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଡ଼ମିଶନ ସମ୍ବନ୍ଧୀୟ କାମ ସାରିବାକୁ ପଡିବ” ବୋଲି ବିଜ୍ଞପ୍ତିରେ କୁହାଯାଇଛି।

 

Comments are closed.