ଗୁଜୁରାଟ: ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ଏୟାର ଇଣ୍ଡିଆ 1800 5691 444 ଟୋଲ ଫ୍ରି ନମ୍ବର ଜାରି କରିଛି । ବିମାନ ଦୁର୍ଘଟଣା ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ଏଇ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ଗୁଜୁରାଟର ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରାଜ୍ୟ ପୋଲିସ କଣ୍ଟ୍ରୋଲ ରୁମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ AI-171 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମ୍ମଦାବାଦ-ଲଣ୍ଡନ ଗାଟୱିକ୍ ଯାତ୍ରା କରୁଥିଲା ବିମାନ AI-171 ।
ଅହମ୍ମଦାବାଦରୁ ୧୩.୩୮ ଘଣ୍ଟାରେ ଉଡ଼ାଣ ଭରିଥିବା ଏହି ବିମାନଟି ବୋଇଂ ୭୮୭-୮ ବିମାନରେ ୨୪୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡିଆନ ନାଗରିକ ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Air India says, "The flight, which departed from Ahmedabad at 1338 hrs, was carrying 242 passengers and crew members on board the Boeing 787-8 aircraft. Of these, 169 are Indian nationals, 53 are British nationals, 1 Canadian national and 7 Portuguese nationals. The injured are… pic.twitter.com/G7jaEIcZla
— ANI (@ANI) June 12, 2025
୯୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ତିନୋଟି ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଦଳକୁ ଗାନ୍ଧୀନଗରରୁ ବିମାନ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ଭଦୋଦରାରୁ ଆହୁରି ତିନୋଟି ଦଳକୁ ପଠାଯାଉଥିବା NDRF ସୂଚନା ଦେଇଛି ।
Flight AI171, operating Ahmedabad-London Gatwick, was involved in an incident today, 12 June 2025. At this moment, we are ascertaining the details and will share further updates at the earliest on https://t.co/Fnw0ywg2Zt and on our X handle (https://t.co/Id1XFe9SfL).
-Air India…
— Air India (@airindia) June 12, 2025
ଦୁର୍ଘଟଣାସ୍ଥଳରୁ ଆକାଶରେ କଳା ଧୂଆଁ ଉଠୁଥିବା ଦେଖାଯାଇଥିଲା। ପ୍ରାଥମିକ ସୂଚନାନୁସାରେ ଏୟାର ଇଣ୍ଡିଆର ଏହି ବିମାନଟି ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏବଂ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ମେଘାନୀନଗର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
#WATCH | Relief and rescue efforts are underway at the site of Air India plane crash in Ahmedabad
Union Home Minister Amit Shah has spoken to the Gujarat CM and promised all Central assitance pic.twitter.com/PqsaCsnFKd
— ANI (@ANI) June 12, 2025
Comments are closed.