ନୂଆଦିଲ୍ଲୀ: ପାକିସ୍ତାନ ଫିଲ୍ଡ ମାର୍ସଲ ଅସୀମ ମୁନିରଙ୍କୁ ୱାଶିଂଟନରେ ଚାଲିଥିବା ସାମରିକ ପରେଡ୍ରେ ଅତିଥି ଭାବରେ ନିମନ୍ତ୍ରଣ ପ୍ରସ୍ତାବକୁ ଖଣ୍ଡନ କରିଛି ହ୍ୱାଇଟ ହାଉସ। ଆମେରିକା କହିଛି ଯେ ପରେଡ୍ ପାଇଁ କୌଣସି ବିଦେଶୀ ସାମରିକ ନେତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ତେବେ ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା ଯେ ଅସୀମ୍ ମୁନିର୍ ସରକାରୀ ନିମନ୍ତ୍ରଣରେ ଆମେରିକା ଗସ୍ତରେ ଯିବେ।
ଆମେରିକା ରବିବାର ଦିନ ଏହି ରିପୋର୍ଟକୁ ଖାରଜ କରିଛି ଯେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍ ଅସୀମ୍ ମୁନିରଙ୍କୁ ଆମେରିକା ସଶସ୍ତ୍ର ବାହିନୀର ୨୫୦ତମ ବାର୍ଷିକୀ ପାଳନ ପାଇଁ ୱାଶିଂଟନରେ ଚାଲିଥିବା ସାମରିକ ପରେଡ୍ରେ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। କହିଛି ଏହା ମିଥ୍ୟା। କୌଣସି ବିଦେଶୀ ସାମରିକ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା।
ସେପଟେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଆମେରିକୀୟ ସେନା ଦିବସ (୧୪ ଜୁନ୍) ଅବସରରେ ୱାଶିଂଟନ୍ ଡିସିରେ ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ କୂଟନୈତିକ ଏବଂ ରଣନୈତିକ ଦୃଷ୍ଟିକୋଣରୁ ଭାରତ ପାଇଁ ଏକ ବଡ଼ ପଶ୍ଚାତ୍ତାପ ବୋଲି କହିଥିଲେ କଂଗ୍ରେସ ନେତା ଜୟରାମ ରମେଶ। ଏନେଇ ସରଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏନେଇ ରମେଶ କହିଥିଲେ, ଏହା ସେହି ବ୍ୟକ୍ତି ଯିଏ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଉତ୍ତେଜନାମୂଳକ ଏବଂ ଉସୁକାଇବା ଭାଷା ବ୍ୟବହାର କରିଥିଲେ – ପ୍ରଶ୍ନ ଉଠୁଛି ଯେ ଆମେରିକାର ଉଦ୍ଦେଶ୍ୟ କ’ଣ? ବୋଲି କଂଗ୍ରେସ ନେତା ପଚାରିଥିଲେ। ଏହି ସମୟରେ, ବିଜେପି ଏହି ଦାବିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଜୟରାମ ରମେଶଙ୍କୁ “ଭୁଲ ସୂଚନା ପ୍ରସାରଣ” ଏବଂ ଭାରତର ବୈଦେଶିକ ନୀତି ଉପରେ “ଆପତ୍ତି ଉଠାଇବା” ଅଭିଯୋଗ କରିଥିଲା।
ତେବେ କହିରଖୁଛୁ, ସୈନ୍ୟ ଶକ୍ତିର ଏକ ବିରଳ ପ୍ରଦର୍ଶନରେ, ୱାଶିଂଟନ୍ ଜୁନ୍ ୧୪, ୧୭୭୫ ରେ ଆମେରିକୀୟ ସେନା ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ରବିବାର ଏକ ମହାନ ପରେଡ୍ ଆୟୋଜନ କରିଛି। ଏହି ତାରିଖଟି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୭୯ତମ ଜନ୍ମଦିନ ସହିତ ମଧ୍ୟ ମେଳ ଖାଉଛି। ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ସାଲ୍ୟୁଟ୍ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
Comments are closed.