Latest Odisha News

BREAKING NEWS

ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡିବାରେ ଲାଗିଛି । ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନିକଟରେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଏବଂ ତାଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଏବେ ପୁଣି ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସାର୍ ଗଙ୍ଗା ରାମ ହସ୍ପିଟାଲ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ ଏକ ବିବୃତ୍ତି ଜାରି କରିଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି, ‘କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।’ ପେଟ ସମସ୍ୟା ଯୋଗୁଁ ତାଙ୍କୁ ଗ୍ୟାଷ୍ଟ୍ରୋ ବିଭାଗରେ ଭର୍ତ୍ତି କରାଯାଇଛି ଏବଂ ସେ ଡାକ୍ତରଙ୍କ ତତ୍ତ୍ବାବଧାନତାରେ ଅଛନ୍ତି ।

ଜୁନ୍ ୭ ତାରିଖରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା, ଯାହା ପରେ ତାଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ କୁହାଯାଉଥିଲା ଯେ ଏହା ଏକ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଥିଲା ।

ସେହି ସମୟରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଧନୀ ରାମ ଶାଣ୍ଡିଲ କହିଥିଲେ, ‘ଉଚ୍ଚ ରକ୍ତଚାପ ଅଭିଯୋଗ କରିବା ପରେ ସୋନିଆ ଗାନ୍ଧୀଙ୍କୁ ସିମଲାର ଏକ ହସ୍ପିଟାଲରେ ପରୀକ୍ଷା କରିବାକୁ ପଡିଥିଲା।’ ତଥାପି, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଭଲ ଅଛି । ଏହା କେବଳ ଏକ ନିୟମିତ ଯାଞ୍ଚ ଥିଲା ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ ।

Comments are closed.