Latest Odisha News

BREAKING NEWS

ବିଶ୍ୱର ୯ଟି ଦେଶ ପାଖରେ ଅଛି ୧୨ ହଜାର ପରମାଣୁ ଅସ୍ତ୍ର, ଗୋଟିଏ ବର୍ଷ ଭିତରେ କେତେ ବୃଦ୍ଧି କଲା ଭାରତ ?

ନୂଆଦିଲ୍ଲୀ: ଯେଉଁ ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି, ସେହି ଦେଶ ଅଧିକ ଶକ୍ତିଶାଳୀ। ନିକଟରେ ଦି ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆରଆଇ) ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଛି। ଗୋଟିଏ ବର୍ଷ ମଧ୍ୟରେ ଭାରତ ତା’ର ପରମାଣୁ ଅସ୍ତ୍ର ୮କୁ ବୃଦ୍ଧି କରିଛି, ଯେତେବେଳେ ଚୀନ ତା’ର ପରମାଣୁ ଅସ୍ତ୍ର ୧୦୦ ବୃଦ୍ଧି କରିଛି।

ଏହି ନଅଟି ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ଦେଶ ହଉଛି- ଆମେରିକା, ରୁଷ, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ। ୨୦୨୪ ମସିହା ପରଠୁ ସେମାନଙ୍କର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆହୁରି ଉନ୍ନତ କରିବା ପାଇଁ କାମ କରୁଛନ୍ତି। ଏହି ଦେଶଗୁଡ଼ିକ ପୁରୁଣା ଅସ୍ତ୍ରଶସ୍ତ୍ରକୁ ଉନ୍ନତ କରିଛନ୍ତି ଏବଂ ନୂତନ, ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ରକୁ ସେମାନଙ୍କର ସେନାରେ ସାମିଲ କରିଛନ୍ତି। ଏହି ପରିସ୍ଥିତି ବିଶ୍ୱ ସୁରକ୍ଷା ପାଇଁ ଏକ ବଡ଼ ବିପଦ ହେବାକୁ ଯାଉଛି।

ତେହରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ସମୟରେ ଏସ୍‌ଆଇପିଆରଆଇ ତରଫରୁ ଏହି ରିପୋର୍ଟ ଜାରି କରାଯାଇଛି। ସେହିପରି ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏହି ରିପୋର୍ଟକୁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ପରିଗଣିତ କରାଯାଉଛି। ଅନ୍ୟପଟେ କୁହାଯାଉଛି ଶୀତଳ ଯୁଦ୍ଧର ଶେଷ ପରେ, ରୁଷ ଏବଂ ଆମେରିକା ପୁରୁଣା ଅସ୍ତ୍ରଶସ୍ତ୍ର ନଷ୍ଟ କରିବା ଜାରି ରଖିଲେ, ଯାହା ଫଳରେ ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ହ୍ରାସ ପାଇଲା। କିନ୍ତୁ ଏବେ ଏହି ଧାରା ପରିବର୍ତ୍ତନ ହେଉଛି। ପୁରୁଣା ଅସ୍ତ୍ରଶସ୍ତ୍ର ନଷ୍ଟ କରିବାର ଗତି ହ୍ରାସ ପାଉଛି, ଯେତେବେଳେ ନୂତନ ଅସ୍ତ୍ରଶସ୍ତ୍ରର ନିୟୋଜିତ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

Comments are closed.