Latest Odisha News

BREAKING NEWS

ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି: ଦିଲ୍ଲୀକୁ ଫେରିଲା ଇଣ୍ଡିଗୋ ବିମାନ, ଥିଲେ ୧୮୦ ଜଣ….

ନୂଆଦିଲ୍ଲୀ: ପୁଣି ଜରୁରୀ ଅବତରଣ କଲା ବିମାନ । ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀରୁ ଲେହ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ 6E 2006 କୁ ଦିଲ୍ଲୀ ଫେରିବାକୁ ପଡିଛି । ବିମାନଟି ଦିଲ୍ଲୀରୁ ଲେହ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନଟି ନିରାପଦରେ ଦିଲ୍ଲୀରେ ଅବତରଣ କଲା। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ପ୍ରାୟ ୧୮୦ ଜଣ ରହିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ 6E 2006 ସକାଳ ୬.୩୦ ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଏହି ବିମାନଟି ଲେହରେ କୁଶୋକ ବାକୁଲା ରିମ୍ପୋଚେ ବିମାନବନ୍ଦରରେ ଅବତରଣ କରିବାର ଥିଲା। କିନ୍ତୁ ଲେହରେ ପହଞ୍ଚିବା ପୂର୍ବରୁ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଥିଲା। ପରିସ୍ଥିତି ମୂଲ୍ୟାଙ୍କନ କରିବା ପରେ, ପାଇଲଟ୍ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଦିଲ୍ଲୀ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରାଯାଇଥିଲା ।

ଏହାସହିତ, ଏହି ଘଟଣା ଉପରେ ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଲେହରୁ ଦିଲ୍ଲୀ ଫେରିବା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ନଥିଲା। ଏହି ଘଟଣା ଉପରେ ଇଣ୍ଡିଗୋ ଏୟାରଲାଇନ୍ସ ଖୁବ୍ ଶୀଘ୍ର ଏକ ବିସ୍ତୃତ ବିବୃତ୍ତି ଜାରି କରିବ। ତଥାପି, ବିମାନକୁ ଦିଲ୍ଲୀ ଫେରାଇ ଆଣିବା ସମ୍ପର୍କରେ ଇଣ୍ଡିଗୋ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।

Comments are closed.