Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୋଦି, ଦୃଷ୍ଟି ଆକର୍ଷଣ କରୁଛି ମୋଦି ପୋଷ୍ଟ

ନୂଆଦିଲ୍ଲୀ: ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମଦିନ। ସେ ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ରାହୁଲଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଯାହା ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।

ମୋଦି ଏକ୍ସରେ ଲେଖିଛନ୍ତି, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି। ସେହିପରି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସମ୍ବିଧାନର ମୂଲ୍ୟବୋଧ ପ୍ରତି ଆପଣଙ୍କର ଅତୁଳନୀୟ ନିଷ୍ଠା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ନ୍ୟାୟ ପ୍ରତି ଆପଣଙ୍କର ଗଭୀର କରୁଣା ଆପଣଙ୍କୁ ସ୍ବତନ୍ତ୍ର କରିଥାଏ। ଆପଣଙ୍କର କାର୍ଯ୍ୟ ନିରନ୍ତର କଂଗ୍ରେସ ଦଳର ଏକତା, ସଦ୍ଭାବ ଏବଂ ବିବିଧତାରେ କରୁଣାର ବିଚାରଧାରାକୁ ପ୍ରତିଫଳିତ କରେ। ମୁଁ ଆପଣଙ୍କର ଦୀର୍ଘ, ସୁସ୍ଥ ଏବଂ ସୁଖୀ ଜୀବନ କାମନା କରୁଛି।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ବିଜେପି ୧୧ ବର୍ଷ ଧରି କ୍ଷମତାରେ ଅଛି ଏବଂ ଦେଶର ଅଧାରୁ ଅଧିକ ରାଜ୍ୟରେ ସରକାର ରଖିଛି। ୨୦୨୪ ମସିହାରେ କଂଗ୍ରେସ ବିଜେପିକୁ ବହୁମତ ସଂଖ୍ୟା ପଛରେ ରଖିବାରେ ନିଶ୍ଚିତ ଭାବରେ ସଫଳ ହୋଇଥିଲା, କିନ୍ତୁ କ୍ଷମତାରୁ ବାହାର କରିପାରିନଥିଲା। ଏପରି ପରିସ୍ଥିତିରେ, ରାହୁଲଙ୍କ ସମ୍ମୁଖରେ ଗାନ୍ଧୀ ପରିବାରର ରାଜନୈତିକ ଐତିହ୍ୟକୁ ସଂରକ୍ଷଣ କରିବା ସହିତ କଂଗ୍ରେସକୁ ପୁନର୍ଜୀବିତ କରିବାର ଚ୍ୟାଲେଞ୍ଜ ରହିଛି। ଏହି କାରଣରୁ ରାହୁଲ ଗାନ୍ଧୀଙ୍କ ୫୫ତମ ଜନ୍ମଦିନ ଅବସରରେ, ଯୁବ କଂଗ୍ରେସ ଯୁବପିଢ଼ିଙ୍କୁ ଆକର୍ଷିତ କରିବା ଏବଂ ଚାକିରି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବା ପାଇଁ ଦିଲ୍ଲୀରେ ଏକ ନିଯୁକ୍ତି ମେଳା ଆୟୋଜନ କରିବାକୁ ଯୋଜନା କରିଛି।

 

Comments are closed.