ଲଣ୍ଡନ: ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଜୁନ ୨୦ରେ ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଭଲ ଆରମ୍ଭ କରିଛି । ଦୁଇ ଓପନର ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ପ୍ରଭାବୀ ପ୍ରଦର୍ଶନ କରି ୩୯ ବର୍ଷ ତଳର ରେକର୍ଡ ଭଙ୍ଗ କରିଛନ୍ତି । ଉଭୟ ପ୍ରଥମ ୱିକେଟରେ ୯୧ ରନ ଯୋଗ କରିଥିଲେ । ରାହୁଲଙ୍କୁ ୪୨ ରନରେ ବ୍ରେଡନ କର୍ସ ଆଉଟ କରିଥିଲେ । ଇଂଲଣ୍ଡରେ ଏହା ଭାରତର ଶ୍ରେଷ୍ଠ ଓପନିଂ ପାର୍ଟନରଶିପ । ୧୯୮୬ରେ ଲୀଡସରେ ସୁନୀଲ ଗାଭାସ୍କର ଓ କ୍ରିଷ୍ମାଚାରୀ ଶ୍ରୀକାନ୍ତ ୬୪ ରନ ଯୋଗ କରିଥିଲେ ।
ବିଦେଶ ମାଟିରେ ରାହୁଲ-ଯଶସ୍ୱୀ ପ୍ରଥମ ୱିକେଟରେ ୪ର୍ଥ ବଡ ପାର୍ଟନରଶିପ ସଂଗ୍ରହ କରିଛନ୍ତି । ୨୦୧୫ରେ ମୂରଲୀ ବିଜୟ ଓ ଶିଖର ଧାୱନ ବାଂଲାଦେଶ ବିପକ୍ଷରେ ୨୮୩ ରନ ସଂଗ୍ରହ କରିଥିଲେ । ଏହି ରେକର୍ଡ ଏବେ ବି ବଜାୟ ରହିଛି । ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଓପନିଂ ଯୋଡି ନେଇ କ୍ରିକେଟପ୍ରେମୀ ଦ୍ୱନ୍ଦ୍ୱରେ ରହିଥିଲେ । ରାହୁଲ ଓ ଯଶସ୍ୱୀ ଇଂଲଣ୍ଡର ସୁଇଂ ପିଚରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।
Comments are closed.