Latest Odisha News

BREAKING NEWS

ବିଦାୟ ୨୦୧୯: କ’ଣ ଥିଲା ଏଥରର ଚର୍ଚ୍ଚିତ ଘଟଣାବଳୀ…

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବର୍ଷ ୨୦୧୯ ବିଦାୟ ନେବାକୁ ଯାଉଥିବା ବେଳେ ଏକ ନୂଆ ଉତ୍ସାହ ଉନ୍ମାଦନାର ସହ ନବବର୍ଷକୁ ପ୍ରାୟ ସମସ୍ତେ ଆଗଭର ହୋଇପଡିଲେଣି ।

କ୍ୟାଲେଣ୍ଡରେ ପୁଣି ଏକ ପୁରୁଣା ବର୍ଷ ଭାବେ ଯୋଡିହେବାକୁ ଯାଉଥିବା ବର୍ଷ ୨୦୧୯ କାହା ଜୀବନରେ ସୁଖ ଭରିଦେଇଥିଲା ତ ଆଉ କାହା ପାଇଁ କଷ୍ଟମୟ ସମୟ ହୋଇପାରେ ।

ତେବେ ଜାଣନ୍ତୁ ୨୦୧୯ ମସିହାରେ ସେହିଭଳି କିଛି ଚର୍ଚ୍ଚି ଘଟଣା ସମ୍ପର୍କରେ, ଯାହା ସାରା ଦେଶବାସୀଙ୍କୁ ଚକିତ କରିଥିଲା ।

ପୁଲୱାମା ଆକ୍ରମଣ-

ଚଳିତ ବର୍ଷ ଆରମ୍ଭ ତଥା ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଯବାନଙ୍କ ଗାଡି ଉପରକୁ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ପାଖାପାଖି ୪୫ ଭାରତୀୟ ଯବାନ । ଯାହା ସମଗ୍ର ଦେଶବାସୀଙ୍କୁ ଏକପ୍ରକାର ଦୋହଲାଇ ଦେଇଥିଲା ଏବଂ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ନିମିଷେକ ମଧ୍ୟରେ ରକ୍ତରଞ୍ଜିତ ହୋଇପଡିଥିଲା ପୁଲୱାମାର ମାଟି ।

ବାଲାକୋଟ୍ ଏୟାର ଷ୍ଟ୍ରାଇକ୍-

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାଲାଗି ୨୦୧୯ ଫେବୃଆରୀ ୨୬ ତାରିଖରେ ଭାରତୀୟ ସେନା ପକ୍ଷରୁ ହୋଇଥିଲା ବାଲାକୋଟରେ ଏୟାର ଷ୍ଟ୍ରାଇକ । ଉକ୍ତ ଏୟାର ଷ୍ଟ୍ରାଇକରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଶିବିର ଧ୍ୱଂସ୍ତବିଧ୍ୱସ୍ତ ହୋଇପଡିଥିଲା । ଦୁର୍ଭାଗ୍ୟବଶତଃ ଏୟାର ଷ୍ଟ୍ରାଇକ ସମୟରେ ଭାରତୀୟ ବାୟୁସେନାର ଜଣେ ଯବାନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନ ନିଜ କବଜାକୁ ନେଇଯାଇଥିଲା । ପରେ ବିଭିନ୍ନ ଆଡୁ କୂଟନୈତିକ ଚାପ ପଡିବା ଫଳରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡିଦେଇଥିଲା ।

ତିନି ତଲାକ ବିଲ୍-

୨୦୧୯ ମସିହା ମୁସଲିମ୍ ମହିଳାଙ୍କ ଲାଗି ଏକ ଐତିହାସିକ ରାୟ ହୋଇଥିଲା ତିନି ତଲାକ୍ ବିଲ୍ । ଚଳିତ ବର୍ଷ ଜୁଲାଇ ମାସରେ ଏହି ବିଲ୍ ଆଇନରେ ପରିଣତ ହୋଇଥିଲା । ଏହି ବିଲରେ ଏକକାଳୀନ ଜଣେ ମୁସଲିମ୍ ମହିଳାଙ୍କୁ ସ୍ୱାମୀ ଜଣକ ୩ଥର ତଲାକ କହି ଛାଡପତ୍ର ଦେବାକୁ ଏକ ଅପରାଧ ବୋଲି କୁହାଯାଉଛି । ବିଲରେ ଦୋଷୀଙ୍କୁ ୩ବର୍ଷ ଯାଏଁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।

ଧାରା ୩୭୦ ଉଚ୍ଛେଦ-

ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା । ପରେ ଏହି ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବାପରେ ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା । ପରେ ଜମ୍ମୁ-କାଶ୍ମୀର ଠାରୁ ଅଲଗା ହୋଇ ଉଭୟ ଜମ୍ମୁ ଓ ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହୋଇଥିଲା । ଏହି ବିଲ୍ ଚଳିତ ବର୍ଷ ଅଗଷ୍ଟ ମାସରେ ପାରିତ ହୋଇଥିଲା ।

Leave A Reply

Your email address will not be published.