Latest Odisha News

BREAKING NEWS

ମାଙ୍ଗାନିଜ ଚୋରା ଚାଲାଣ ଘଟଣା; ୨ୟ ଦିନରେ ଖଣି ମଣ୍ଡଳରେ ଏସଆଇଟି ଟିମ୍

ସୁନ୍ଦରଗଡ଼: ମାଙ୍ଗାନିଜ ଚୋରା ଚାଲାଣ ଘଟଣା। ୨ୟ ଦିନରେ ଖଣି ମଣ୍ଡଳରେ SIT ଟିମ୍। ଭିଜିଲାନ୍ସ ସେଲ୍‌ ଦ୍ୱାରା ଗଠିତ SIT ଟିମ୍‌ କରୁଛି ଯାଞ୍ଚ। ଖଣି ମଣ୍ଡଳର ସଂରକ୍ଷିତ ଜଙ୍ଗଲ ଓ ବନ୍ଦ ପଡ଼ି‌ଥିବା ଖଣିରେ ଯାଞ୍ଚ ଚାଲିଛି। ଟିମ୍‌ରେ ୧୨ ଜଣିଆ ସଦସ୍ୟଙ୍କ ସହ ଭିଜିଲାନ୍ସ ଏସ୍‌ପି ଉପସ୍ଥିତ ଅଛନ୍ତି।

ଗତକାଲି କୋଇଡ଼ା ଖଣି ମଣ୍ଡଳର ମାଲଦା, ରୁଶିବେଣୁଆ, ଗିଡେଇ, ମୁଟୁକୁଦର, ପାଟମୁଣ୍ଡା, କଳମଙ୍ଗ, ଗଣୁଆଁ ଅଞ୍ଚଳରେ ପହଞ୍ଚି ଭିଜିଲାନ୍ସ ଟିମ୍ ସରଜମିନ ତଦନ୍ତ କରିଥିଲା। ଏହି ଟିମ୍‌ରେ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ, ୧୦ ଜଣ ଭିଜିଲାନ୍ସ ଅଧିକାରୀ, ORSACର ୪ ଜଣ ସଦସ୍ୟଙ୍କ ସହ ଭିଜିଲାନ୍ସ ଏସ୍‌ପି, ତହସିଲଦାର ଓ ରେଞ୍ଜର ସାମିଲ୍ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଓ ରୁସିବେଣୁଆଠାରେ ୪୭ଟି ମାଙ୍ଗାନିଜ୍‌ ଓ ୩ଟି ଲୌହ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ଅଭିଯୋଗ ଆସିଛି। ଏହି ମୋଟ୍ ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗାଁରେ ରହିଛି ।

୧୦ଟି ମାଲଦା ଗାଁରେ, ୨୦ଟି କୋଲମଙ୍ଗ ଗାଁରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗାଁରେ ଅବସ୍ଥିତ । ଏସବୁ ଖଣିରୁ ୨୦ ହଜାର ମେଟ୍ରିକ୍ ଟନ୍‌ରୁ ଅଧ‌ିକ ମାଙ୍ଗାନିଜ ଓର୍ ଓ ୧,୨୦୦ ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ବ ପରିମାଣର ଲୁହାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

 

Comments are closed.