ଭୁବନେଶ୍ୱର: ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି । କିଛି ଦିନ ହେବ ଲଗାତାର ହ୍ରାସ ପାଉଥିବା ସୁନା ଦର ପୁଣି ଆଜି ହ୍ରାସ ପାଇଛି । ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ପୂର୍ବରୁ ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏଥିରେ ୨ ହଜାର ଟଙ୍କା ଦାମ୍ କମିଛି ।
ତେବେ ଜୁନ୍ ୨୫ ଅର୍ଥାତ୍ ବୁଧବାର ସୁନା ଦର କମିକି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ବର୍ତ୍ତମାନ ୯୮ ହଜାର ୯୫୦ ଟଙ୍କା ରହିଛି । ଗତକାଲି ଏହା ୯୯ ହଜାର ୨୨୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୨୫୦ ଟଙ୍କା ହ୍ରାସ ପାଇ ୯୦ ହଜାର ୭୦୦ ଟଙ୍କା ରହିଛି । ଗତକାଲି ୯୦ ହଜାର ୯୫୦ ଟଙ୍କା ଥିଲା । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୪ ହଜାର ୨୧୦ ଟଙ୍କା ରହିଛି । ଗତକାଲି ୭୪ ହଜାର ୪୨୦ ଟଙ୍କା ଥିଲା । ଏଥିରେ ୨୧୦ ଟଙ୍କା ହ୍ରାସ ହୋଇଛି ।
Comments are closed.