Latest Odisha News

BREAKING NEWS

ଏହି କ୍ରିକେଟର କହିଲେ ମୁଁ ପଥଭ୍ରଷ୍ଟ ହୋଇ ଯାଇଥିଲି

ମୁମ୍ବାଇ: ବିନୋଦ କାମ୍ବଲୀଙ୍କ ପରେ ଆଉ ଜଣେ କ୍ରିକେଟର ସମସ୍ତ ଦକ୍ଷତା ଥିବା ସତ୍ୱେ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ଦକ୍ଷତା ପ୍ରମାଣିତ କରି ପାରି ନାହାନ୍ତି । କ୍ରିକେଟ ଦୁନିଆର ଗ୍ଲାମରରେ ଭାସିଯିବା ଯୋଗୁ ତାଙ୍କ କ୍ୟାରିୟର ପ୍ରାୟତଃ ନଷ୍ଟ ହୋଇ ଯାଇଥିଲା । ଏହି କ୍ରିକେଟରଙ୍କ ନାମ ହେଲା ପୃଥ୍ୱୀ ଶ । ଶେଷରେ ଆଇପିଏଲରେ କୌଣସି ଟିମ ନ କିଣିବା ଓ ମୁମ୍ବାଇ ଟିମର ବାଦ ପଡିବା ପରେ ପୃଥ୍ୱୀ ନିଜ ଭୁଲ ବୁଝିପାରିଥିଲେ । ଏବେ ସେ ସ୍ୱୀକାର କରିଛନ୍ତି ଯେ, ମୁଁ ମସ୍ତବଡ ଭୁଲ କରିଛି । ଖରାପ ବନ୍ଧୁ ଚୟନ କରିବା ଯୋଗୁ ମୋ କ୍ୟାରିୟର ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଇଥିଲା । ସେ ଏବେ ତାଙ୍କ କ୍ୟାରିୟର ପାଇଁ ପୂନର୍ବାର ଯତ୍ନବାନ ହୋଇଛନ୍ତି ।

ନିକଟରେ ଏମସିଏ ନିକଟରୁ ସେ ଏନଓସି ନେଇଛନ୍ତି । ଆଗାମୀ ଘରୋଇ ସିଜନରେ ସେ ମୁମ୍ବାଇ ବଦଳରେ ଅନ୍ୟ କୌଣସି ଟିମ ପକ୍ଷରୁ ଖେଳିବେ । ୨୦୧୮ରେ ପଦାର୍ପଣ ଟେଷ୍ଟରେ ସେ ୧୩୪ ରନର ଇନିଂସ ଖେଳିଥିଲେ । ସେ କହିଛନ୍ତି ମୁଁ ସର୍ବଦା ନେଟ୍ସରେ ଅଭ୍ୟାସ କରିଥାଏ । ବ୍ୟାଟିଂ କଲାବେଳେ ମୁଁ ହାଲିଆ ହୁଏନି । ପଥଭ୍ରଷ୍ଟ ହେବା ପରେ ମୋ ଏକାଗ୍ରତାରେ ବାଧା ସୃଷ୍ଟି ହୋଇଥିଲି । ଆଗକୁ ଏ ଭଳି ଭୁଲ ନ କରି କ୍ରିକେଟ ପ୍ରତି ଧ୍ୟାନ ଦେବି ବୋଲି ସେ କହିଛନ୍ତି ।

Comments are closed.