ଭୁବନେଶ୍ବର: ଆସନ୍ତା ୨୭ ଜୁନ ୨୦୨୫, ୦୫ ଜୁଲାଇ ୨୦୨୫ ଏବଂ ୦୬ ଜୁଲାଇ ୨୦୨୫ରେ ଭୁବନେଶ୍ବର ସ୍ଥିତ ଇସ୍କନ୍ ମନ୍ଦିର ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଇସ୍କନ୍ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚତୁପାର୍ଶ୍ବରେ ବହୁ ମାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ ଜନସମାଗମ ହେବ।
ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ମାନଙ୍କ ସୁଗମନାଗମନ ଓ ଯାନବାହାନ ଗୁଡ଼ିକର ସୁପରିଚାଳନା ନିମନ୍ତେ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ୱର – କଟକ, ପୋଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ର ଧାରା ୧୯, ୨୧, ୩୬ ଓ ୩୭ ଅନୁଯାୟୀ, ଇସ୍କନ୍ ମନ୍ଦିର ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ପାଇଁ କଟକଣା ଲାଗୁ କରାଯାଇଛି। ଜାଣନ୍ତୁ କେଉଁ ରାସ୍ତା ଦେଇ ଯାତାୟାତ କରିବେ…
୨୭ ଜୁନ ୨୦୨୫ ଅପରାହ୍ନ ୩ ଘଟିକା ରୁ ରଥ ଗୁଡ଼ିକ ସି.ଆର.ପି. ଛକ ଅତିକ୍ରମ ନ କରିବା ପର୍ଯ୍ୟନ୍ତ ଖୋର୍ଦ୍ଧା ପଟୁ ଫାୟାର ଷ୍ଟେସନ୍ ସର୍ଭିସ୍ ରୋଡ୍ ଦେଇ କୌଣସି ପ୍ରକାର ଭାରୀ ଯାନ ସି.ଆର.ପି. ଛକ ଆଡ଼କୁ ଆସିପାରିବେ ନାହିଁ। ଉକ୍ତ ସମୟ ମଧ୍ୟରେ, ନିମ୍ନଲିଖତ ରାସ୍ତା ଗୁଡ଼ିକର ଉଭୟ ପାର୍ଶ୍ଵରେ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ ।
ଡି.ଏ.ଭି. ସ୍କୁଲ୍, ୟୁନିଟ୍-୮ ଠାରୁ ମାଉସୀ ମା ମନ୍ଦିର ଏବଂ ସି.ଆର.ପି. ଛକ ।
ସି.ଆର.ପି. ଛକ ଠାରୁ ଇସ୍କନ୍ ମନ୍ଦିର ଆଡ଼କୁ ।
ରଥ ଗୁଡ଼ିକ ସି.ଆର.ପି. ଛକ ଅତିକ୍ରମ ନ କରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ କସ୍ତୁରବା ସ୍କୁଲ୍ ପାର୍ଶ୍ବ ଏବଂ ନୟାପଲ୍ଲୀ ଅଣ୍ଡର ପାସ୍ ଠାରୁ ସି.ଆର.ପି. ଛକ ଆଡ଼କୁ ସର୍ଭିସ୍ ରୋଡ୍ ଦେଇ ଯାତାୟତ କରିପାରିବେ ନାହିଁ ।
୦୬ ଜୁଲାଇ ୨୦୨୫ (ସୁନା ବେଶ) ସମୟରେ ଟ୍ରାଫିକ୍ କଟକଣା/ଡାଇଭର୍ସନ
ସନ୍ଧ୍ୟା ୫ ଘଟିକା ରୁ ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ସି.ଆର.ପି. ଛକ ଠାରୁ ଇସ୍କନ୍ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଯାନବାହାନ ଯାତାୟତ କରିପାରିବେ ନାହିଁ ।
ଜରୁରୀ କାଳୀନ ସେବାରେ ନିୟୋଜିତ (ପୋଲିସ, ଫାୟାର ଓ ଆମ୍ବୁଲାନ୍ସ୍ ) ଯାନବାହାନ ଗୁଡ଼ିକ ନିମନ୍ତେ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ ।
ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୋଲିସ, ଭୁବନେଶ୍ୱର ଏବଂ କଟକ ଜନସାଧାରଣଙ୍କୁ ଅନୁରୋଧ କରୁଛି ।
Comments are closed.