ନୂଆଦିଲ୍ଲୀ: ଗୁଗୁଲ୍ ଏବେ ଭାରତରେ ମଧ୍ୟ ଏହାର ଗୁଗୁଲ୍ ସର୍ଚ୍ଚ ସେବାରେ AI ମୋଡ୍ ଲଞ୍ଚ କରିଛି। ଏହା ପୂର୍ବରୁ କମ୍ପାନୀ ଏହି ଫିଚରକୁ କେବଳ ଆମେରିକାର କିଛି ମନୋନୀତ ଉପଭୋକ୍ତାଙ୍କ ପାଇଁ ୨୦୨୫ ମାର୍ଚ୍ଚ ମାସରେ ଲଞ୍ଚ କରିଥିଲା।
ଏହା ପ୍ରଥମ ଥର , ଗୁଗୁଲ୍ ଆମେରିକା ବାହାରେ କୌଣସି ଦେଶରେ ଏହାର ସର୍ଚ୍ଚ ସେବା ପାଇଁ ଏହି AI ମୋଡ୍ ଲଞ୍ଚ କରିଛି। ଭାରତରେ ଲଞ୍ଚ ହୋଇଥିବା ଏହି AI ମୋଡ୍ ଏହାର ଜେମିନି 2.5 ମଡେଲ୍ ଉପରେ ଆଧାରିତ, ଯାହା ଏକ ଅତ୍ୟାଧୁନିକ ଭାଷା ମଡେଲ୍।
ଗୁଗୁଲ୍ ତାର ବ୍ଲଗ୍ ପୋଷ୍ଟରେ କହିଛି ଯେ, ଏହି ବର୍ଷ ଆରମ୍ଭରେ ଆମେରିକା ପାଇଁ ଏକ ପରୀକ୍ଷଣ ଭାବରେ AI ମୋଡ୍ ଲଞ୍ଚ କରାଯାଇଥିଲା। ଭାରତରେ, ଏହା ବର୍ତ୍ତମାନ କେବଳ ଇଂରାଜୀ ଭାଷାରେ ଉପଲବ୍ଧ।
AI Mode in Search ବ୍ୟବହାର କରିବା ବହୁତ ସହଜ ଏବଂ ଏବେ ଏହାକୁ Google Labs କୁ ଯାଇ ଆକ୍ସେସ୍ କରିବାକୁ ପଡିବ।
Google Labsକୁ ଯିବା ପରେ, ଉପଭୋକ୍ତାମାନଙ୍କୁ “Turn this experiment on or off” ଆଗରେ ଦିଆଯାଇଥିବା ବିକଳ୍ପକୁ ଅନ୍ କିମ୍ବା ବନ୍ଦ କରିବାକୁ ପଡିବ। ସକ୍ରିୟ ହେବା ପରେ, ଉପଭୋକ୍ତାମାନେ ତଳେ “Try AI Mode” ବିକଳ୍ପ ପାଇବେ, ଏହା ଉପରେ କ୍ଲିକ୍ କରି ସେମାନେ ଗୁଗୁଲ୍ର ଏହି ନୂତନ ଫିଚରକୁ ଆକ୍ସେସ୍ କରିପାରିବେ।
ଆପଣ ଆପଣଙ୍କର ଯେକୌଣସି ଡିଭାଇସରେ Google ର ଏହି AI Mode ବ୍ୟବହାର କରିପାରିବେ। ଆପଣ ଏହାକୁ ଫୋନ୍, ଲାପଟପ୍ ଏବଂ କମ୍ପ୍ୟୁଟର ଇତ୍ୟାଦିରେ ବ୍ୟବହାର କରିପାରିବେ। ବର୍ତ୍ତମାନ, ବ୍ୟବହାରକାରୀମାନେ କେବଳ Google Labs ସାହାଯ୍ୟରେ ଏହି ଫିଚର ବ୍ୟବହାର କରିପାରିବେ।
ଗୁଗୁଲ୍ ଅନୁଯାୟୀ, AI ମୋଡ୍ ହେଉଛି ତାହାର ସବୁଠାରୁ ପାଓ୍ବରଫୁଲ AI Search ।
ଗୁଗୁଲ୍ ସର୍ଚ୍ଚର AI ମୋଡ୍ ବିଷୟରେ କହିବାକୁ ଗଲେ, ଏହା ମାଧ୍ୟମରେ, ବ୍ୟବହାରକାରୀମାନେ ଯେକୌଣସି ଜିନିଷ ସର୍ଚ୍ଚ କଲେ AI-ଆଧାରିତ ଫଳାଫଳ ଦେଖିପାରିବେ। ଗୁଗୁଲ୍ ସର୍ଚ୍ଚର AI ମୋଡ୍ ବ୍ୟବହାରକାରୀଙ୍କୁ ଅଧିକ ବୁଦ୍ଧିମାନ ଏବଂ ଗଭୀର ଉତ୍ତର ଦେବାକୁ ଚେଷ୍ଟା କରେ।
Comments are closed.